ଯୁବତୀଙ୍କୁ ବିବାହର ମିଥ୍ୟା ପ୍ରତିଶ୍ରୃତି ଦେଇ ଦୁଷ୍କର୍ମ ଅଭିଯୋଗ

ଜୟପୁର: କୋରାପୁଟ ଜିଲ୍ଲା ବିସିଂପୁର ଥାନା ଅଂଚଳର ଜୈନେକା ଯୁବତୀଙ୍କୁ କୋରାପୁଟ ସଦରଥାନା ଅର୍ନ୍ତଗତ ଫୁଟକେରଙ୍ଗା ଗାଁର ଅଭିଯୁକ୍ତ ଜଗତରାୟ କୁଳଦୀପ ପ୍ରେମସଂପର୍କ ସ୍ଥାପନ କରି ବିବାହର ମିଥ୍ୟା ପ୍ରତିଶ୍ରୃତି ଦେଇ ଦୁଷ୍କର୍ମ କରିଥିବା ଏବଂ ପରେ ଛାଡ଼ିଦେଇଥିବା ନେଇ ମହିଳା ଥାନାରେ ମାମଲା ରୁଜୁ ହୋଇଥିବା କହିଛନ୍ତି ମହିଳା ଥାନା ଅଧିକାରୀ ଅନିତା କୁଜ୍ଜୁର। ଏହି ମାମଲାରେ ମହିଳା ଥାନା ପୁଲିସ ଅଭିଯୁକ୍ତ ସମିରଙ୍କୁ ଗିରଫ କରି ଡାକ୍ତରୀମାଇନା କରିଛନ୍ତି। ଆସନ୍ତାକାଲି କୋର୍ଟକୁ ଚାଲାଣ କରିବେ ବୋଲି ସୂଚନା ମିଳିଛି। ମିଳିଥିବା ସୂଚନା ଅନୁସାରେ, ବିସିଂପୁର ଥାନା ଅଂଚଳର ଜୈନେକା ଯୁବତୀଙ୍କୁ କୋରାପୁଟ ସଦରଥାନା ଅର୍ନ୍ତଗତ ଫୁଟକେରଙ୍ଗା ଗାଁର ଅଭିଯୁକ୍ତ ଜଗତରାୟ କୁଳଦୀପ ପ୍ରେମସଂପର୍କ ସ୍ଥାପନ କରି ବିବାହର ମିଥ୍ୟା ପ୍ରତିଶ୍ରୃତି ଦେଇଥିଲା।

ଏହା ପରେ ଉଭୟଙ୍କ ପ୍ରେମ ସଂପର୍କ ଗଢ଼ି ଉଠିବା ପରେ ଅଚାନକ ଦିନେ ଅଭିଯୁକ୍ତ ଜଣକ ଯୁବତୀଙ୍କୁ ତାଙ୍କ ଘରକୁ ନେଇକି ପଳାଇଥିଲେ। ଘରକୁ ନେବା ପରେ ଯୁବତୀର ଇଛା ବିରୋଧରେ ବାରମ୍ବାର ଦୁର୍ଷ୍କମ କରିଥିଲେ। ଗର୍ଭଧାରଣ କରିବା ପରେ ଔଷଧ ଦେଇ ଗର୍ଭପାତ କରାଇବା ପରେ ଘରୁ ତଡ଼ି ଦେଇଥିଲେ। ତାପରେ ଯୁବତୀ ଜଣକ ନିଜ ପରିବାର ନିକଟକୁ ଯାଇ ଏସଂପର୍କରେ କହିବା ସହ ବାପା ଓ ମାଙ୍କ ଘରେ ରହିଥିଲେ। ପରିବାରବର୍ଗଙ୍କ ସହ ଯୁବତୀ ଜଣକ ମହିଳା ଥାନାରେ ଅଭିଯୋଗ କରିବା ପରେ ସବଇନିସପେକ୍ଟର ଶୁକ୍ଳାରାଣୀ ମଣ୍ଡଳ ଘଟଣାର ତଦନ୍ତ କରି ଅଭିଯୁକ୍ତ ଜଗତରାୟକୁ ଗିରଫ କରିଛନ୍ତି। ଆସନ୍ତାକାଲି ଅଭିଯୁକ୍ତକୁ କୋର୍ଟକୁ ଚାଲାଣ କରାଯିବ ବୋଲି କହିଛନ୍ତି ମହିଳା ଥାନା ଅଧିକାରୀ।

ସମ୍ବନ୍ଧିତ ଖବର