ଭୟଙ୍କର ଅଗ୍ନିକାଣ୍ଡରେ ଗୋଦାମ ଭସ୍ମୀଭୂତ: ଲକ୍ଷ ଲକ୍ଷ ଟଙ୍କାର ପାଇପ ପୋଡ଼ି ପାଉଁଶ

ସମ୍ବଲପୁର: ଭୟଙ୍କର ଅଗ୍ନିକାଣ୍ଡରେ ପାଇପ ଗୋଦାମ ଭସ୍ମୀଭୂତ। ସମ୍ବଲପୁର ସହର ଉପକଣ୍ଠ ସମ୍ବଲପୁର- ସୋନପୁର ୧୫ ନଂ ରାଜ୍ୟପଥ ଧମା ରାସ୍ତରେ ମାଳତୀ ଗୁଣ୍ଡେରପୁରରେ ଥିବା ଏକ ପାଇପ ଗୋଦାମରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଆଜି ପୂର୍ବାହ୍ନ ପ୍ରାୟ ୯ଟାରେ ଉକ୍ତ ଗୋଦାମରେ କୌଣସି କାରଣରୁ ନିଆଁ ଲାଗିଯାଇଥିଲା। ଦେଖୁ ଦେଖୁ ଏହା ଚାରି ଆଡକୁ ବ୍ୟାପି ଯାଇଥିଲା। ଫଳରେ ଗୋଦାମ ଲକ୍ଷ ଲକ୍ଷ ଟଙ୍କାର ପାଇପ ପୋଡ଼ି ପାଉଁଶ ହୋଇଯାଇଥିବା ବେଳେ ଧୂଆଁରେ ସମଗ୍ର ଅଞ୍ଚଳ ଆଚ୍ଛାଦିତ ହୋଇଯାଇଥିଲା । ୯ଟା୩୦ରୁ ୧୨ଟା୫୦ ପର୍ଯ୍ୟନ୍ତ ୬ଟି ଦମକଳ ଗାଡ଼ି ଲାଗି ନିଆଁକୁ ଆୟତ୍ତ କରିଥିଲେ।

ସମ୍ବନ୍ଧିତ ଖବର