ବାମନଘାଟୀ ଉପଖଣ୍ଡସ୍ତରୀୟ ସରଗିଫୁଲ -୨୦୨୩ ଉଦଯାପିତ

ରାଇରଙ୍ଗପୁର: ରାଇରଙ୍ଗପୁରସ୍ଥ ଏସଏସଡି ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଉପଖଣ୍ଡ ସ୍ତରୀୟ ଆନ୍ତବିଦ୍ୟାଳୟ ଭଲିବଲ ଓ ସରଗିଫୁଲ -୨୩ ଉଦଯାପିତ ହୋଇଯାଇଛି । ଓଡ଼ିଶା ସରକାରଙ୍କ ଜନଜାତି ଓ ଜାତି ବିଭାଗରେ ପଢୁଥିବା ଛାତ୍ରଛାତ୍ରୀମାନଙ୍କ ଅନ୍ତର୍ନିହିତ ସୃଜନିଶକ୍ତିର ବିକାଶ ନିମିତ୍ତ ସରଗିଫୁଲ -୨୦୨୩ ଅନୁଷ୍ଠିତ ହୋଇଯାଇଛି । ବିଭିନ୍ନ ବିଦ୍ୟାଳୟରୁ ମୋଟ ୭୫୨ ଜଣ ପ୍ରତିଯୋଗୀ ଯୋଗ ଦେଇଥିଲେ । ରାଇରଙ୍ଗପୁର ପି.ଏ ଆଟିଡିଏ ପରୀକ୍ଷିତ ଦାସଙ୍କ ପୌରହିତରେ ଅନୁଷ୍ଠିତ ସଭାରେ ରାଇରଙ୍ଗପୁର ଏସଡିପିଓ ଗୋକୁଳାନନ୍ଦ ମହାପାତ୍ର ମୁଖ୍ୟ ଅତିଥି ରୂପେ ଯୋଗଦେଇଥିବା ବେଳେ ରାଇରଙ୍ଗପୁର ବିଇଓ ଭାଗିରଥି ପଟ୍ଟନାୟକ ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ। ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ୨୨ ଟି ପ୍ରକଳ୍ପ ବୁଲିଦେଖିଥିଲେ।

ସେହିପରି ଦିନତମାମ ବିଭିନ୍ନ ପ୍ରତିଯୋଗିତାରେ ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ପ୍ରତିଯୋଗୀମାନେ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇଥିବାବେଳେ ତଦନୁରୂପେ ଭଲିବଲ୍ ପ୍ରତିଯୋଗିତା ମଧ୍ୟ ଚାଲିଥିଲା। ଉଦଯାପନି ଉତ୍ସବରେ ପି.ଏ ଆଟିଡିଏ ପରୀକ୍ଷିତ ଦାସ ସଭାପତିତ୍ଵ କରିଥିବା ବେଳେ ମୁଖ୍ୟଅତିଥି ଭାବେ ଏଡିଡ଼ବ୍ଲୁଓ ଜ୍ଞାନେନ୍ଦ୍ର ସାମଲ, ସମ୍ମାନିତ ଅତିଥି ଭାବେ ଏକଲବ୍ୟ ବିଦ୍ୟାଳୟର ଅଧ୍ୟକ୍ଷ ବଳରାମ ବାରିକ ଯୋଗଦେଇ ଥିଲେ। ସେହିପରି ମୁଖ୍ୟବକ୍ତା ଭାବେ ରାଇରଙ୍ଗପୁର ଓଡ଼ିଶା ଆଦର୍ଶ ବିଦ୍ୟାଳୟର ପ୍ରତାପ ଚନ୍ଦ୍ର ବେହେରା ଗୋପ ମାଧ୍ୟମରେ ପିଲାମାନଙ୍କର କେଉଁ ଅଭ୍ୟାସ ଦ୍ଵାରା କିପରି ନିଜ ସାଧନାର ଉନ୍ନତି ଘଟାଇ ନିଜକୁ ପ୍ରତିଷ୍ଠିତ କରାଯାଇ ପାରିବ ସେ ବିଷୟରେ ଆଲୋଚନା ରଖିଥିଲେ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ସାମଲ ଡ଼ାରୱିନଙ୍କ ମତବାଦକୁ ଉଦାହରଣ ଦେଇ ଜୀବନରେ କିପରି ସଂଘର୍ଷ କରି ଜିଣିବାକୁ ହୁଏ ସେ ବିଷୟରେ ପିଲାଙ୍କୁ ମାର୍ଗଦର୍ଶନ କରିଥିଲେ।

ନୂତନ ପ୍ରକଳ୍ପ ପ୍ରଶାସକ ଶ୍ରୀ ଦାସ ଆସିବା ପରେ ବିଦ୍ୟାଳୟର ବିକାଶ ନିମିତ୍ତ କିପରି ତ୍ୱରିତ ପଦକ୍ଷେପ ନେଉଛନ୍ତି ଏବଂ ତାହା ଲକ୍ଷ୍ୟ ସାଧନାରେ କିପରି ସହାୟକ ହେବ ସମ୍ମାନିତ ଅତିଥି ଶ୍ରୀଯୁକ୍ତ ବାରିକ ପ୍ରକାଶ କରିଥିଲେ। ସଭାପତି ଶ୍ରୀଯୁକ୍ତ ଦାସ ଛାତ୍ରଛାତ୍ରୀମାନେ କିପରି ପ୍ରଥମେ ଜଣେ ଜଣେ ଭଲ ମଣିଷ ହୋଇ ନିଜେ ସମାଜର ବିକାଶରେ ସହଭାଗୀ ହେବେ ତାହା ପିଲାମାନଙ୍କୁ ଅବଗତ କରିଥିଲେ। । ବହଳଦା ଏକଲବ୍ୟ ବିଦ୍ୟାଳୟର ଭଲିବଲରେ ଚାମ୍ପିଅନ ,ଲାଇଫ ସ୍କିଲରେ ସୁଲେଇପାଟ ବାଳିକା ବିଦ୍ୟାଳୟ ପ୍ରଥମ ଓ ବିଜ୍ଞାନ ମେଳାରେ ରାଇରଙ୍ଗପୁର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପ୍ରଥମ ହୋଇଥିଲେ। ସେହିପରି ସ୍ଲୋଗାନ, ସୋଲ ଡେନ୍ସ ଓ କୁଇଜରେ ବହଳଦା ଏକଲବ୍ୟ ବିଦ୍ୟାଳୟ ବରିଷ୍ଠ ବିଭାଗରେ ରାଇରଙ୍ଗପୁର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପ୍ରଥମ ହୋଇଥିଲେ। କନିଷ୍ଠ ଓ ବରିଷ୍ଠ ବିଭାଗରେ ମୋଟ ୧୯ ଟି ପ୍ରତିଯୋଗିତାରେ ଶ୍ରେଷ୍ଠ ବିବେଚିତ ହୋଇଥିବା ୩ ଜଣ ଲେଖାଏଁ ପ୍ରତିଯୋଗୀଙ୍କୁ ସିଲ ଓ ମାନପତ୍ର ପ୍ରଦାନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମଗୁଡ଼ିକ ଏଡିଡ଼ବ୍ଲୁଓ କମଳା କାନ୍ତ ସ୍ବାଇଁ ,ଉପଖଣ୍ଡର ସମସ୍ତ ଡବ୍ଲୁଇଓଙ୍କ ତ୍ଵତାବଧାନରେ ହୋଇ ଥିବାବେଳେ ସ୍ଥାନୀୟ ପ୍ରଧାନ ଶିକ୍ଷୟିତ୍ରୀ ପଦ୍ମାଳୟା ସୋରେନ,ରୋହିନ ମହାନ୍ତ, ଭବତୋସ ଦାସ,ସଦାଶିବ ମହାନ୍ତ ପ୍ରମୁଖ ପରିଚାଳନା କରୁଥିଲାବେଳେ, ଗୁରୁପ୍ରସାଦ ମହାକୁଡ,ସରସ୍ଵତୀ ମହଲା,ସସ୍ମିତା ମହାନ୍ତ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର