ଭଦ୍ରକର ଝିଅ ଶୁଭାଙ୍ଗୀ ଖୁଣ୍ଟିଆଙ୍କୁ ଓଡ଼ିଶା ସିଭିଲ ସର୍ଭିସ୍ ପରୀକ୍ଷାରେ ୯୭ ନମ୍ବର ରାଙ୍କ

ଭଦ୍ରକ: ଭଦ୍ରକ ସହରରେ ବ୍ୟବସାୟୀ ସତ୍ୟ ନାରାୟଣ ଖୁଣ୍ଟିଆ ଓ ଗୃହିଣୀ ସବିତା ଖୁଣ୍ଟିଆଙ୍କ ଝିଅ ସୁଶ୍ରୀ ଶୁଭାଙ୍ଗୀ ଖୁଣ୍ଟିଆ ଓଡ଼ିଶା ସିଭିଲ ସର୍ଭିସ୍ ପରୀକ୍ଷାରେ ୯୭ ନମ୍ବର ରାଙ୍କରେ ଉତ୍ତୀର୍ଣ୍ଣ ହୋଇ ଭଦ୍ରକର ଗୌରବ ବୃଦ୍ଧି କରିଛନ୍ତି। ସୁଶ୍ରୀ ଭଦ୍ରକ ଫେକର୍  ହାଇସ୍କୁଲରୁ ମାଟ୍ରିକ ପାସ କରିଥିଲେ। ପରେ ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଡିଏଭି ସ୍କୁଲ୍‌ରୁ ଯୁକ୍ତ ଦୁଇ ବିଜ୍ଞାନରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥଲେ। ଏହାପରେ ହାଇଦ୍ରାବାଦ୍‌ର ଅଂଗ୍ରାଓ ବିଶ୍ଵବିଦ୍ୟାଳୟରୁ ଏଜିରେ ଗ୍ରଜୁଏସନରେ ସ୍ବର୍ଣ୍ଣପଦକ ପାଇଥିଲେ।

ପ୍ରଥମ ଉଦ୍ୟମରେ ଓଏଏସ ପରୀକ୍ଷାରେ ସେ ୯୭ ରାଙ୍କରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଆଜି ତାଙ୍କର ଏହି ସଫଳତାରେ ପରିବାରରେ ଖୁସିର ମାହୋଲ ସୃଷ୍ଟି ହୋଇଛି। ସେ ଭାରତୀୟ ପ୍ରଶାସନିକ ସେବାର ପରୀକ୍ଷା ଦେଇଛନ୍ତି। ସେ ଆଇଏଏସ  ହେବା ପାଇଁ ଇଚ୍ଛା ରଖିଛନ୍ତି।

ସେ କହିଛନ୍ତି, ‘ସାଧାରଣ ଲୋକଙ୍କ ସେବା କରିବି । ଗରିବ ଲୋକଙ୍କ ନିକଟରେ କିଭଳି ସରକାରୀ ସେବା ପହଞ୍ଚାଇବା ଦିଗରେ ମୁଁ କାମ କରିବି। ଲୋକଙ୍କ ସେବା କରିବା ପାଇଁ ଇଚ୍ଛା ଥିଲା। ସେ ଇଚ୍ଛା ମୋର ଆଜି ଭଗବାନ ପୂରଣ କରିଛନ୍ତି। ମୋ ସଫଳତାର ଶ୍ରେୟ ମୋ ବାପା, ଭାଇ , ମା  ଓ ମୋ ପରିବାର ସଦସ୍ୟଙ୍କୁ ଦେବି।’

ସମ୍ବନ୍ଧିତ ଖବର