ହାତୀ ଭାଙ୍ଗିଲା ଘର, ବର୍ତ୍ତିଲେ ପରିବାର

ଚମ୍ପୁଆ: ଦିନକୁ ଦିନ ଚମ୍ପୁଆ ଅଞ୍ଚଳରେ ହାତୀ ଉପଦ୍ରବ ବଢ଼ିବାରେ ଲାଗିଛି। ହାତୀଟି ଶନିବାର ରଙ୍ଗାମାଟିଆ ଗ୍ରାମରେ ପଶି ଗ୍ରାମର ରାଜେନ୍ଦ୍ର ମୁଣ୍ଡା ଓ ଲେସକେ ମୁଣ୍ଡାଙ୍କ ଘର ଭାଙ୍ଗି ଗଚ୍ଛିତ ଧାନ ଚାଉଳ ଖାଇ ଦେଇଛି। ମାତ୍ର ପରିବାର ଲୋକେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ହାତୀପଲ କେତେବେଳେ ଧାନ ଫସଲ ନଷ୍ଟ କରି ଦେଉଛନ୍ତି ତ ଆଉ କେତେବେଳେ ଘର ଭାଙ୍ଗି ଧାନ ଚାଉଳ ଖାଇବା ସହିତ ଆସବାବପତ୍ର ନଷ୍ଟ କରି ଦେଉଛନ୍ତି। ଏବେ ବିଲରେ ଅମଳକ୍ଷମ ଧାନ ଶେଷ ହୋଇ ଯାଇଥିବା ବେଳେ ଗାଁ ଭିତରେ ପଶି ଘର ଭାଙ୍ଗି ଧାନ ଚାଉଳ ଖାଇ ଦେଉଥିବା ଦେଖିବାକୁ ମିଳୁଛି।

ଏକ ଗୋଠ ଛଡ଼ା ଦନ୍ତା ବନ ବିଭାଗର ନିଦ ହଜାଇ ଦେଇଛି। ବନଚିଭାଗର କର୍ମଚାରୀ ଦନ୍ତାଟିର ପିଛା କରୁଥିଲେ ହେଁ ତାଙ୍କୁ ଚକମା ଦେଇ ଗାଁ ଭିତରେ ପଶିଯାଇଛି। ଗାଁ ଭିତରେ ହାତୀଟିକୁ ଦେଖି ଲୋକଙ୍କ ପାଟିତୁଣ୍ଡ ଶୁଣି ବନ ବିଭାଗର କର୍ମଚାରୀ ହାତୀ ସନ୍ଧାନ ପାଇବାକୁ ସକ୍ଷମ ହେଉଛନ୍ତି। ବନ ବିଭାଗ ତରଫରୁ କ୍ଷତିଗ୍ରସ୍ତ ପରିବାରକୁ କ୍ଷତି ପୂରଣ ଯୋଗାଇ ଦେବାକୁ ଦାବି ହେଉଛି।

ସମ୍ବନ୍ଧିତ ଖବର