ଖେଳୁଥିବା ସମୟରେ ପୋଖରୀରେ ବୁଡ଼ି ଦୁଇ ଶିଶୁକନ୍ୟା ମୃତ

ମାଲକାନଗିରି: ଖେଳୁଥିବା ସମୟରେ ପୋଖରୀରେ ଗୋଡ ଖସି ଦୁଇ ଶିଶୁଙ୍କର ଅକାଳ ବିୟୋଗ ହୋଇଛି। ଘଟଣାଟି ଘଟିଛି ମାଲକାନଗିରି ବ୍ଲକ ଅନ୍ତର୍ଗତ ପେଡାକୋଣ୍ଡା ପଞ୍ଚାୟତର ମଙ୍ଗ ଗ୍ରାମରେ। ଏହି ଗ୍ରାମରେ ବାସ କରୁଥିବା ଅମ ପଡିଆମିଙ୍କ ଦୁଇ ଝିଅ ରାଜେଶ୍ବରୀ ପଡିଆମି(୬) ଏବଂ ଶିବାନୀ ପଡିଆମି(୩) ପୋଖରୀ ନିକଟରେ ଖେଳୁଥିବା ସମୟରେ ହଠାତ୍ ଗୋଡ ଖସିଯିବା ଫଳରେ ପାଣିରେ ବୁଡ଼ି ଯାଇଥିଲେ। ଦୁହେଁ ବଂଚିବା ପାଇଁ ବହୁ ଚେଷ୍ଟା କରିଥିଲେ।  କିନ୍ତୁ ସେତେବେଳେ ସେଠାରେ କେହି ଉପସ୍ଥିତ ନଥିଲେ। ପରେ ସ୍ଥାନୀୟ ଲୋକେ ଖବର ପାଇ ପୋଖରୀରୁ ଦୁଇ ଝିଅଙ୍କୁ ଉଦ୍ଧାର କରାଯାଇଥିଲା। ତେବେ ଦୁହିଁଙ୍କର ମୃତ୍ୟୁ ହୋଇଯାଇଥିଲା।

ସ୍ଥାନୀୟ ସମିତି ସଭ୍ୟ ଡାନିୟାଲ ପୋଟଲା ଏହି ଖବର ପାଇବା ପରେ ଗ୍ରାମବାସୀ ଏବଂ ପରିବାର ଲୋକଙ୍କୁ ନେଇ ଥାନାରେ ପହଞ୍ଚିଥିଲେ। ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଥିବା ବେଳେ ଦୁଇଝିଅର ଶବ ବ୍ୟବଛେଦ କରାଇ ପରିବାରକୁ ହସ୍ତାନ୍ତର କରାଇଥିବା ଜଣାପଡିଛି।

ସମ୍ବନ୍ଧିତ ଖବର