ପ୍ରଥମ ଥର ପାଇଁ ଭାରତୀୟ ଟିଭି ରିୟାଲିଟି ସୋ’ ବିଗ୍ ବସରେ ନଜର ଆସିବେ ୟୋହାନୀ, ସାମ୍ନାକୁ ଆସିଲା ଭିଡିଓ

ମୁମ୍ବାଇ: ଭାରତୀୟ ଟିଭି ଚ୍ୟାନେଲରେ ନଜର ଆସିବେ ସୋସିଆଲ ମିଡିଆରେ ଚହଳ ପକାଇଥିବା ଶ୍ରୀଲଙ୍କାର କଣ୍ଠଶିଳ୍ପୀ ୟୋହାନୀ ଦିଲୋକା ଡି ସିଲଭା। ପ୍ରଥମ ଥର ପାଇଁ ଭାରତୀୟ ଟିଭି ରିୟାଲିଟି ସୋ’ ବିଗ୍ ବସରେ ନଜର ଆସିବେ ୟୋହାନୀ। ‘ମାନିକେ ମାଗେ ହିଥେ’ ଗୀତ ଗାଇ ଇଣ୍ଟରନେଟ ସେନସେସନ ବନିଥିବା ୟୋହାନୀ ପ୍ରଥମ କରି ଭାରତୀୟ ଟେଲିଭିଜନରେ ନଜର ଆସୁଛନ୍ତି। ଏହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଦେଖିବାକୁ ମିଳିଥିବା ବେଳେ ସୋ’ରେ ସେ ଉପସ୍ଥାପକ ତଥା ବଲିଉଡ ଭାଇଜାନ ସଲମାନ ଖାନଙ୍କୁ ନିଜ ଗୀତ ଶିଖାଉଥିବା ଦେଖିବାକୁ ମିଳିଛି।

ଏହି ଭିଡିଓଟି ସାମ୍ନାକୁ ଆସିବା ପରେ ଏବେ ତାଙ୍କୁ ଟିଭି ପରଦାରେ ଦେଖିବା ପାଇଁ ଅନାଇ ବସିଛନ୍ତି ପ୍ରଶଂସକ। ‌ତେବେ ସୋ’ ଆରମ୍ଭ ହେବା ପରେ ଆଜି ହେଉଛି ପ୍ରଥମ ‘ଉଇକଏଣ୍ଡ କା ୱାର’। ଆଜି ଏବଂ କାଲି ସୋ’ରେ ସେ ଉପସ୍ଥାପକ ତଥା ବଲିଉଡ ଭାଇଜାନ ସଲମାନ ଖାନ ସୋ’ରେ ନଜର ଆସିବା ସହ ପ୍ରତିଯୋଗୀଙ୍କୁ ସେମାନେ କରିଥିବା ଭୁଲ ପାଇଁ ତାଗିଦ କରିବେ। ଏହା ସହ ବିଭିନ୍ନ ସେଲିବ୍ରିଟି ମଧ୍ୟ ରିୟାଲିଟି ସୋ’ ବିଗ୍ ବସକୁ ଆସି‌ବାର କାର୍ଯ୍ୟକ୍ରମ ରହିଛି ବୋଲି ସୋ’ର ପ୍ରୋମୋରୁ ଜଣାପଡ଼ିଛି।

ସମ୍ବନ୍ଧିତ ଖବର