ମୁଲଚାଲ ସମୟରେ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର ଘଟଣାରେ ଫେରାର ଅଭିଯୁକ୍ତ ଗିରଫ

ପାଟଣାଗଡ଼: ବଲାଙ୍ଗୀର ଜିଲ୍ଲାର ପାଟଣାଗଡ଼ ଅଂଚଳରେ ବିକ୍ରି ପାଇଁ ମୁଲଚାଲ ବେଳେ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର ହେବା ଘଟଣାରେ ଫେରାର ଅଭିଯୁକ୍ତ ଭୀଷ୍ମ ବରିହାକୁ ବନ ବିଭାଗ ଗିରଫ କରିଛି। ଏହି ମାମଲାରେ ବନ ବିଭାଗ ପୂର୍ବରୁ ସୁଶୀଲ ଧରୁଆ ଓ ଭୋଜରାଜ ଧରୁଆଙ୍କୁ ଗିରଫ କରିଥିଲା।

ପ୍ରାପ୍ତ ସୂଚନା ଅନୁଯାୟୀ, ଶୁକ୍ରବାର ରାତିରେ ପାଟଣାଗଡ଼ ସବଜିଭିଜନର ମହରାପଦର-ବନମାଳ ରାସ୍ତାକଡ଼ ପଡ଼ିଆରେ ତିନିଜଣ ବଜ୍ରକାପ୍ତା ବିକ୍ରି କରୁଥିବା ନେଇ ବନ ବିଭାଗ ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇଥିଲା। ବଜ୍ରକାପ୍ତା ଚୋରା ଚାଲାଣ କରାଯାଉଥିବା ନେଇ ସୂଚନା ପାଇ ଲାଠୋର ବନ କର୍ମଚାରୀମାନେ ଗ୍ରାହକ ସାଜି ବାହାରିଥିଲେ। ଖପ୍ରାଖୋଲ ବ୍ଲକ ମହରାପଦର ଗ୍ରାମରେ ବଜ୍ରକାପ୍ତା ଚୋରା ଚାଲାଣ ହେବାକୁ ଥିବା ସୂଚନା ପାଇ ଲାଠୋର ରେଞ୍ଜର ପ୍ରଭାତୀ ସେଠ କର୍ମଚାରୀମାନଙ୍କୁ ନେଇ ବାହାରିଥିଲେ। ଯୋଜନା ମୁତାବକ ସେ ଚୋରା ଚାଲାଣକାରୀମାନଙ୍କ ସହ ବଜ୍ରକାପ୍ତା କିଣିବା ପାଇଁ କରିଥିଲେ। ସେ ଖପ୍ରାଖୋଲ ବ୍ଲକ ବନମାଲ ଓ ମହାପଦର ଗ୍ରାମରେ ଥିବା ଏକ ପଡ଼ିଆ ଠାରେ ପହଞ୍ଚିଥିଲେ।

 

ସେଠାରୁ ବଜ୍ରକାପ୍ତା ଉଦ୍ଧାର କରିବା ସହିତ ୨ ଜଣକୁ ଗିରଫ କରିବାରେ ସଫଳ ହୋଇଥିବା ବେଳେ ଅନଞ ଜଣେ ଫେରାର ହୋଇଯାଇଥିଲା। ଗିରଫ ଦୁଇ ଜଣଙ୍କ ମଧ୍ୟରୁ ବନ ବିଭାଗ ମହରାପଦର ଗ୍ରାମର ଶୁଶୀଲ ଧରୁଆ ଏବଂ ସର୍ଗିପାଲି ଗ୍ରାମର ଭୋଜରାଜ ଧରୁଆଙ୍କୁ ଗିରଫ କରିଥିଲା। କିନ୍ତୁ ଘଟଣାସ୍ଥଳରୁ ଭୀଷ୍ମ ବରିହା ଫେରାର ହୋଇଯାଇଥିଲା।

ସମ୍ବନ୍ଧିତ ଖବର