ଅଜଣା ଗାଡ଼ି ଧକ୍କାରେ ଯୁବକ ମୃତ

ଚମ୍ପୁଆ: ବାରିଆ ଥାନା ଅନ୍ତର୍ଗତ ଉଚ୍ଚବାଲି ଗ୍ରାମ ନିକଟରେ ଅଜଣା ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ ଜଣକ ହେଲେ ଭଣ୍ଡା ଗ୍ରାମ କନ୍ଦାରନାଳୀ ସାହିର ବାଦଲ ମହାରଣା (୩୨)। ଆଜି ପୂର୍ବାହ୍ନ ୧୦ଟାବେଳେ ବାଦଲ ଓ ପତ୍ନୀ ଗୀତା ବାଇକ୍‌ରେ ଆବାସ ଯୋଜନାରେ ଆସିଥିବା ଟଙ୍କା ଉଠାଇବାକୁ ତୁରୁମୁଙ୍ଗା ଯାଇଥିଲେ।

ସେଠାରୁ ଫେରୁଥିବା ବେଳେ ଉଚ୍ଚବାଲି ଗ୍ରାମ ନିକଟରେ ଏକ ଅଜଣା ଗାଡ଼ି ଧକ୍କା ଦେବାରୁ ବାଦଲଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିଥିଲା। ତାଙ୍କୁ ଭଣ୍ଡା ଡାକ୍ତରଖାନା ଅଣାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପତ୍ନୀ ଗୀତା ସୁରକ୍ଷିତ ଅଛନ୍ତି। ବାରିଆ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଚମ୍ପୁଆ ଡାକ୍ତରଖାନା ପଠାଇଛି।

ସମ୍ବନ୍ଧିତ ଖବର