ଗାଁ ରାସ୍ତାରେ ପାଣି, ଖେଳୁଛନ୍ତି ବତକ

ଚମ୍ପୁଆ: ଚମ୍ପୁଆ ବ୍ଲକ୍‌ ଭଣ୍ଡା ପଞ୍ଚାୟତ କଂସରା ଗ୍ରାମ ରାସ୍ତାରେ ବର୍ଷାପାଣି ଜମିଥିବାରୁ ଲୋକଙ୍କୁ ଯାତାୟାତରେ ସମସ୍ୟା ହେଉଛି। ଭଣ୍ଡା-ରରୁଆଁଗୋଡ଼ା ପ୍ରଧାନମନ୍ତ୍ରୀ ସଡ଼କରୁ ଏକ ରାସ୍ତା କଂସର (କ) ଓ କଂସରା (ଖ) ଗ୍ରାମକୁ ଯାଇଛି। ଏହି ରାସ୍ତାଟି ବହୁଦିନ ତଳେ ପଞ୍ଚାୟତ ପକ୍ଷରୁ ନିର୍ମାଣ କରାଯାଇଥିଲା। ମରାମତି ଅଭାବରୁ ରାସ୍ତାର ବିଭିନ୍ନ ସ୍ଥାନ ନଷ୍ଟ ହୋଇଯାଇଛି।

ଖାଲଖମା‌ ହୋଇ ପାଣି ଜମିଥିବାରୁ କୃତ୍ରିମ ପୋଖରୀର ଭ୍ରମ ସୃଷ୍ଟି ହେଉଛି। ରାସ୍ତାରେ ଜମିଥିବା ପାଣିରେ ବତକ ପହଁରୁଥିବା ଦେଖିବାକୁ ମିଳିଛି। ରାସ୍ତାରେ ଟ୍ରାକ୍ଟର ଓ ଛୋଟଛୋଟ ଗାଡ଼ି ଚଳାଚଳ କରୁଥିବାରୁ ଅବସ୍ଥା ଶୋଚନୀୟ ହୋଇଛି। ଲୋକଙ୍କୁ ଯାତାୟାତରେ ସମସ୍ୟା ହେଉଛି। ତୁରନ୍ତ ରାସ୍ତା ମରାମତି କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର