ପ୍ରେମିକାଙ୍କ ପ୍ରତାରଣା ସହି ନପାରି ଟ୍ରେନ୍‌ ଆଗକୁ ଡେଇଁଲେ ପ୍ରେମିକ; ଆତ୍ମହତ୍ୟା ବେଳର ଭିଡିଓ ସୁଟିଂ କଲେ

କଟକ: କଟକ ତାଳଦଣ୍ଡା କେନାଲ୍ ନିକଟସ୍ଥ ରେଳ ଲାଇନ୍‌ରୁ ଶନିବାର ଅପରାହ୍ନରେ ଜଣେ ଯୁବକଙ୍କ ମୃତଦେହ ପୁଲିସ ଉଦ୍ଧାର କରିଛି। ମୃତକଙ୍କ ନାମ ମନୋଜ ସ୍ୱାଇଁ ସେ ରାଉସପାଟଣା ଅଞ୍ଚଳରେ ଏକ ଭଡ଼ା ଘର ନେଇ ରହୁଥିଲେ। ତେବେ ତାଙ୍କର ପ୍ରକୃତ ଘର ପୁରୀ ଜିଲ୍ଲା ନିଆଳିରେ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ଆଜି କିଛି ସ୍ଥାନୀୟ ଲୋକ କଟକ ତାଳଦଣ୍ଡା କେନାଲ୍ ନିକଟରେ ରେଳ ଲାଇନ୍‌ ଦେଇ ଯାଉଥିବା ସମୟରେ ଜଣେ ଯୁବକଙ୍କ ରକ୍ତାକ୍ତ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ। ଏହାପରେ ସେମାନେ ପୁଲିସକୁ ଖବର ଦେଇଥିଲେ। ଖବର ପାଇ ଜିଆରପି ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ଘଟଣାସ୍ଥଳରୁ ଯୁବକଙ୍କ ମୋବାଇଲ ସହିତ ଏକ ସୁସାଇଡ ନୋଟ ଜବତ ‌କରିଛି ପୁଲିସ୍।

ସୁଇସାଇଡ ନୋଟ ଜବତ କରିବା ପରେ ଯୁବକଙ୍କ ପରିଚୟ ମିଳିବା ସହିତ ଆତ୍ମହତ୍ୟାର କାରଣ ମଧ୍ୟ ଜଣାପଡ଼ିଛି। ଏଥିସହ  ମୃତକଙ୍କ ଫୋନରୁ ପୁଲିସ ଆତ୍ମହତ୍ୟା କରିବା ପୂର୍ବରୁ  ସେ ସୁଟିଂ କରିଥିବା ଭିଡିଓ ମଧ୍ୟ ଜବତ କରିଛି ।

କେବଳ ଏତିକି ନୁହେଁ ଆତ୍ମହତ୍ୟା ପୂର୍ବରୁ ମନୋଜ ଯେଉଁ ଭିଡିଓ ସୁଟ କରିଥିଲେ ତାହାକୁ ସେ ସୋସିଆଲ ମିଡିଆରେ ପୋଷ୍ଟ କରି ଦେଇଥିଲେ । ଯାହା ଏବେ ଭାଇରାଲ ହେବାରେ ଲାଗିଛି। ଉକ୍ତ ଭିଡିଓରେ ମନୋଜ ପ୍ରତାରଣାର ପୂରା କାହାଣୀ ବଖାଣିଛନ୍ତି । କାହିଁକି ଆତ୍ମହତ୍ୟା କରିବାକୁ ବାଧ୍ୟ ହେଲେ ତାହା ମଧ୍ୟ ଭିଡିଓରେ ମନୋଜ କହିଛନ୍ତି।

ପ୍ରାଥମିକ ତଦନ୍ତରୁ ଯୁବକଙ୍କ ପ୍ରେମିକା ତାଙ୍କୁ ଧୋକା ଦେଇଥିବାରୁ ସେ ଟ୍ରେନ୍‌ ସାମ୍ନାକୁ ଡେଇଁ ଆତ୍ମହତ୍ୟା ଭଳି ଭୟଙ୍କର ପଦକ୍ଷେପ ନେଇଥିବା ଭିଡିଓରେ ମନୋଜ ସ୍ୱାଇଁ କହୁଥିବା ସହିତ ସେ ଯାଜପୁର ଜିଲ୍ଲାର ଜଣେ ଯୁବତୀଙ୍କୁ ଅନେକ ଦିନ ହେବ ଭଲପାଇ ଆସୁଥିଲେ ବି ସୁସାଇଡ ନୋଟରେ ଉଲ୍ଲେଖ କରିଛନ୍ତି।

ସମ୍ବନ୍ଧିତ ଖବର