ସାଇନ୍‌ସ ଓ ସ˚ଗୀତ

ସ˚ପ୍ରତି ଯେତେବେଳେ ସାରା ପୃଥିବୀରେ ୧ ବିଲିଅନ୍‌ ବା ଶହେ କୋଟିରୁ ଅଧିକ ଲୋକ ବିଭିନ୍ନ ଅଞ୍ଚଳର ‘ଲକ୍‌ ଡାଉନ୍‌’ ଦ୍ବାରା ଏକ ଅବରୁଦ୍ଧ ସ୍ଥିତିରେ ଏବ˚ ଲକ୍ଷ ଲକ୍ଷ ନାଗରିକ ‘କ୍ବାରାଣ୍ଟାଇନ୍‌’ରେ, ସେତିକି ବେଳେ ‘କ୍ବାରାଣ୍ଟାଇନ୍‌’ର ଏକ ସମର୍ଥ ଓଡ଼ିଆ ଭାଷାନ୍ତର ‘ସଙ୍ଗରୋଧ’ରେ ନିହିତ ରହିଥିବା ଈଷତ୍‌ ନକାରାତ୍ମକତା (‘ରୋଧ’କୁ ଏକ ନେତିବାଚକ ଶବ୍ଦ ରୂପେ ବିବେଚନା କରାଗଲେ)କୁ ଏଡ଼ାଇ ଯିବା ଲାଗି ଏହାକୁ ‘ଏକାନ୍ତ ବାସ’ ବୋଲି ଅଭିହିତ କଲେ ଯେଉଁ ଏକ ଭାବ ଉତ୍ପନ୍ନ ହୁଏ, ତହିଁରେ ଅସହାୟ ଭାବେ ଏକାକୀ ପଡ଼ି ରହିବା ସୂଚିତ ନ ହୋଇ ବର˚ ଏଥିରେ ଏକ ଅର୍ଥପୂର୍ଣ୍ଣ ବିଜନ ରହଣିର ଆଭାସ ମିଳେ। ଏବେ ଆମ ଦେଶରେ ‘କ୍ବାରାଣ୍ଟାଇନ୍‌’କୁ ବିଜନତାର ଅସହନୀୟତାରୁ ମୁକ୍ତ କରିବା ଲାଗି ଅନେକ ମନୋଚିକିତ୍ସକ ଶ୍ରୁତିମଧୁର ପୁରୁଣା ଗୀତ ଶୁଣିବାକୁ ପରାମର୍ଶ ଦେଉଥିବା ଦେଖିବାକୁ ମିଳୁଛି। ଏହି ପରିପ୍ରେକ୍ଷୀରେ ‘କୋଭିଡ୍‌-୧୯’ର ଆକ୍ରମଣରେ ସବୁଠାରୁ ଅଧିକ ଅସହାୟ ହୋଇ ପଡ଼ିଥିବା ଅତ୍ୟନ୍ତ ମନୋରମ ଭୂମଧୢସାଗରୀୟ ଦେଶ ଇଟାଲୀରେ ନିଜ ନିଜ ଗୃହରେ ବନ୍ଦୀ ଏବ˚ ‘କ୍ବାରାଣ୍ଟାଇନ୍‌’ରେ ଥିବା ଦେଶବାସୀ ପରସ୍ପରର ମନୋବଳ ବୃଦ୍ଧି କରିବା ଲାଗି ଯେତେବେଳେ ବାଲ୍‌କୋନିରୁ ସ˚ଗୀତ ପରିବେଷଣ କରି ଚାଲିଛନ୍ତି, ସେତେବେଳେ ମନେ ହୁଏ ପ୍ରସିଦ୍ଧ ଲେଖକ ଆଲଡସ୍‌ ହକ୍‌ସଲି ବୋଧହୁଏ ଠିକଣା କଥାଟିଏ କହିଥିଲେ ଯେ ନିଜର ଭାବ ଅଭିବ୍ୟକ୍ତ କରିବା ଲାଗି ନିରବତା ପଛକୁ ଆଉ ଯେଉଁ ମାଧୢମଟି ସର୍ବାଧିକ ସମର୍ଥ ତାହା ହେଉଛି ସ˚ଗୀତ; ଯାହା ଏକ ନିସ୍ତବ୍‌ଧ ଇଟାଲୀରେ ଆଶାର ସ୍ପନ୍ଦନକୁ ଜୀବନ୍ତ କରି ରଖିଛି। ସେହିଭଳି କରୋନାଜନିତ ମୃତ୍ୟୁର ଘନଘଟା ପୃଥିବୀର ବିଭିନ୍ନ ସ୍ଥାନରେ ଜାରି ରହିଥିବା ବେଳେ ‘ସାଇନ୍‌ସ’ ବା ବିଜ୍ଞାନ କ୍ଷେତ୍ରରେ ଚାଲିଥିବା ବିନିଦ୍ର ଗବେଷଣାରେ ମଧୢ ଏମିତି କିଛି ଉପଲବ୍‌ଧ ହୋଇଛି, ଯାହା ଏକ ଅତ୍ୟନ୍ତ ନୈରାଶ୍ୟମୟ ବାତାବରଣରେ କ୍ଷୀଣ ଆଶା ସ˚ଚାର କରିବାରେ ସମର୍ଥ।

ଉଲ୍ଲେଖନୀୟ ଯେ ଏକ ସପ୍ତାହ ପୂର୍ବରୁ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଡୋନାଲଡ୍‌ ଟମ୍ପ୍ କହିଥିଲେ ଯେ ତାଙ୍କ ଦେଶର ବୈଜ୍ଞାନିକମାନେ ନିକଟବର୍ତ୍ତୀ ହୋଇଥିବା ଏକ ପ୍ରତିଷେଧକ ଯଦି ସଫଳ ସାବ୍ୟସ୍ତ ହୁଏ, ତେବେ ତାକୁ ବିଶ୍ବର ବିଭିନ୍ନ ଅଞ୍ଚଳରେ ସାର୍ବଜନୀନ ଭାବେ ଉପଲବ୍‌ଧ କରାଇବା ଲାଗି ପ୍ରାୟ ଦେଢ଼ ବର୍ଷ କାଳ ଲାଗିଯାଇପାରେ। କିନ୍ତୁ ଏକ ଅତ୍ୟନ୍ତ ପୁରୁଣା (୧୯୩୪ରେ), ନିହାତି ଶସ୍ତା ତଥା ପୃଥିବୀର ସର୍ବତ୍ର ଉପଲବ୍‌ଧ ମ୍ୟାଲେରିଆ ନିବାରକ ଔଷଧ ‘କ୍ଲରୋକୁଇନ୍‌’ର ଆପାତତଃ ସଫଳତାର ଉଦାହରଣମାନ ମିଳିବା ପରେ ତାଙ୍କର ଆଶଙ୍କା ହଠାତ୍‌ ଆଶାରେ ପରିଣତ ହୋଇଯାଇ ଗଲା ଶୁକ୍ରବାର ଦିନ ତାଙ୍କ ମୁହଁରୁ ଶୁଣିବାକୁ ମିଳିଛି ଯେ ଏହା ଏକ ‘ଗେମ୍‌ ଚେ˚ଜର’ ହୋଇପାରେ। ଯଦିଓ ଗବେଷକ ଏବ˚ ବୈଜ୍ଞାନିକମାନେ ଆମେରିକୀୟ ରାଷ୍ଟ୍ରପତିଙ୍କ ଏ ମନ୍ତବ୍ୟକୁ ‘ଟ୍ରମ୍ପ୍‌ ସୁଲଭ ହରବରିଆ ଉପସ˚ହାର’ ରୂପେ ଦେଖିଥାଆନ୍ତି, ଏହା ମଧୢ ସେମାନେ ସ୍ବୀକାର କରିବାରେ ପଶ୍ଚାତ୍‌ପଦ ନୁହନ୍ତି ଯେ କ୍ଲରୋକୁଇନ୍‌ ଏକ ସମର୍ଥ ପ୍ରତିରୋଧକ ରୂପେ ସାବ୍ୟସ୍ତ ହେବାର ସମ୍ଭାବନା ଉଜ୍ଜ୍ବଳ। ଇତିମଧୢରେ ‘କୋଭିଡ୍‌-୧୯’ ସ˚କ୍ରମିତ ସି˚ପାଞ୍ଜିଙ୍କ ଉପରେ ‘କ୍ଲରୋକୁଇନ୍‌’ର ପ୍ରୟୋଗଜନିତ ପରୀକ୍ଷଣରୁ ଜଣାପଡ଼ିଛି ଯେ ଏହି ଔଷଧର ପ୍ରଭାବରେ ଭୂତାଣୁଗୁଡ଼ିକ ଶରୀରର ‘ଜୀବକୋଷ’ ଭିତରକୁ ପ୍ରବେଶ କରିବାରେ ସମର୍ଥ ହୋଇ ନ ପାରି ପରିପୋଷଣ ତଥା ସ˚ଖ୍ୟା ବର୍ଦ୍ଧନରେ ଅସମର୍ଥ ହୋଇ ସତ୍ତା ହରାଉଛନ୍ତି। ସାରା ପୃଥିବୀର ଲକ୍ଷ ଲକ୍ଷ କରୋନା ଆକ୍ରାନ୍ତଙ୍କ ଉପରେ ‘କ୍ଲରୋକୁଇନ୍‌’ର ସଫଳ ପ୍ରଭାବକୁ ପରଖିବା ସକାଶେ ଏହାର ପ୍ରମୁଖ ନିର୍ମାତା ‘ବାୟର‌୍‌ସ’ ତିନି ନିୟୁତ ‘କ୍ଲରୋକୁଇନ୍’ ବଟିକା ଉପଲବ୍‌ଧ କରାଇ ସାରିଛି, ଯାହାର ପରୀକ୍ଷାନିରୀକ୍ଷା ଏକ ଅତ୍ୟନ୍ତ ବ୍ୟାପକ ସ୍ତରରେ ଆରମ୍ଭ ହୋଇଗଲାଣି। ଫ୍ରାନ୍‌ସରୁ ଏହାର ସଫଳତା ନେଇ କିଛି ସନ୍ଦେଶ ଆସିଲାଣି। ପ୍ରକାଶ ଥାଉ କି ରାଜସ୍ଥାନର ସଵାଇ ମାନସି˚ହ ହାସପାତାଳରେ କେତେକ ଭାରତୀୟ ଡାକ୍ତର ‘କ୍ଲରୋକୁଇନ୍‌’ ସହିତ ଆଉ କିଛି ‘ରେଟ୍ରୋ ଭାଇରାଲ’ ଏବ˚ ବ୍ୟାକ୍‌ଟେରିଆ ନିରୋଧୀ ଔଷଧର ମିଶ୍ର ଅନୁପାନ ପ୍ରଦାନ କରି ତିନି ଜଣ ‘କୋଭିଡ୍‌-୧୯’ ସ˚କ୍ରମିତ ଇଟାଲୀୟଙ୍କୁ ରୋଗମୁକ୍ତ କରିବାରେ ସଫଳ ହୋଇଛନ୍ତି। କରୋନା ମୁକାବିଲାରେ ‘କ୍ଲରୋକୁଇନ୍‌’ର ପ୍ରୟୋଗର ସଫଳତା ନେଇ ଚୀନ୍‌ରୁ ମଧୢ ସୂଚନା ମିଳିଛି। ଯଦିଓ ‘କୋଭିଡ୍‌-୧୯’ ବିରୋଧରେ ଆହୁରି ଅନେକ ସ୍ତରରେ ଓ ବିଭିନ୍ନ ଉପାୟରେ ବିନିଦ୍ର ଗବେଷଣା ବ୍ୟାପକ ରୂପେ ଜାରି ରହିଛି, ତଥାପି ମ୍ୟାଲେରିଆ ରୋଗର ଏକମାତ୍ର ଉପଚାର ରୂପେ ବହୁ ପରୀକ୍ଷିତ ତଥା ଶସ୍ତା ଓ ସୁଲଭ ଔଷଧ ‘କ୍ଲରୋକୁଇନ୍‌’ ଯଦି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୁଏ, ତେବେ ତାହା ତାର କି˚ବଦନ୍ତୀୟ ପିତା ସ୍ବାଦ ସତ୍ତ୍ବେ ଯେ ଅମୃତତୁଲ୍ୟ ବିବେଚିତ ହେବ ଏଥିରେ ସନ୍ଦେହ ନାହିଁ।

ସ˚ପ୍ରତି ଇଟାଲୀ, ଫ୍ରାନ୍‌ସ, ସ୍ପେନ୍‌, ଇ˚ଲଣ୍ତ ଭଳି ୟୁରୋପୀୟ ରାଷ୍ଟ୍ର ତଥା ଯୁକ୍ତରାଷ୍ଟ୍ର ଆମେରିକାରେ ‘କୋଭିଡ୍‌-୧୯’ ସ˚କ୍ରମଣ ଦ୍ରୁତ ଗତିରେ ବ୍ୟାପୁଥିବା ପଛରେ ରହିଥିବା ଅନେକ କାରଣ ମଧୢରୁ ଅନ୍ୟତମ ମୁଖ୍ୟ କାରଣ ଭାବେ ଯାହାକୁ ଦର୍ଶାଯାଉଛି, ତାହା ହେଉଛି ଏ ସବୁ ରାଷ୍ଟ୍ରର ଗମାତପ୍ରିୟ ଯୁବ ଗୋଷ୍ଠୀ ‘ସାମାଜିକ ଦୂରତା ରକ୍ଷା’ ଭଳି କୌଣସି ପ୍ରତିବନ୍ଧ ମାନିବାକୁ ପ୍ରସ୍ତୁତ ନ ହୋଇ ସେମାନଙ୍କ ଜରିଆରେ ଏହି ଭୂତାଣୁକୁ ସର୍ବ ବ୍ୟାପୀ କରିବାରେ ଏକ ମାଧୢମ ସାଜିଛନ୍ତି। ସେଥିଲାଗି ‘ବିଶ୍ବ ସ୍ବାସ୍ଥ୍ୟ ସ˚ଗଠନ’ ପକ୍ଷରୁ ତିନି ଦିନ ତଳେ ସତର୍କ କରି ଦିଆଯାଇ କୁହାଯାଇଛି ଯେ ଯୁବ ଗୋଷ୍ଠୀ ଯେ ‘କୋଭିଡ୍‌-୧୯’ ଦ୍ବାରା ଅପରାଜେୟ, ସେଭଳି ଧାରଣା ପୋଷଣ କରିବା ନିର୍ବୋଧତା। ସେହିଭଳି ଯୁକ୍ତରାଷ୍ଟ୍ର ଆମେରିକା ରାଷ୍ଟ୍ରପତିଙ୍କ ବରିଷ୍ଠ ସ୍ବାସ୍ଥ୍ୟ ପରାମର୍ଶଦାତା ଡେବୋରା ବ୍ରିକ୍‌ସଙ୍କ ମନ୍ତବ୍ୟ କହିଥାଏ ଯେ ଏହି ଭୂତାଣୁର ବାହକ ଯୁବ ବର୍ଗ ହୋଇଥିବା ବେଳେ ଏହାର ଶିକାର ହେଉଛନ୍ତି ପରିଣତ ବୟସ୍କ ବର୍ଗ। କାରଣ ଏହି ଭୂତାଣୁ ଦ୍ବାରା ଯୁବକମାନଙ୍କ ପ୍ରାଣହାନିର ବିଶେଷ ଦୃଷ୍ଟାନ୍ତ ଉପଲବ୍‌ଧ ନୁହେଁ। ତେଣୁ ସେମାନେ ଦାୟିତ୍ବବୋଧ ପ୍ରଦର୍ଶନ କରି ଅତ୍ୟନ୍ତ ସତର୍କ ହେବା ଜରୁରୀ। କିନ୍ତୁ ଏକ ବିଡ଼ମ୍ବନା ସ୍ବରୂପ ଗଣମାଧୢମରେ ଏହା ପ୍ରକାଶିତ ହେବାରେ ଲାଗିଛି ଯେ ଏବେ ବି ୟୁରୋପୀୟ ରାଷ୍ଟ୍ରରେ ଅନେକ ତରୁଣତରୁଣୀ ନିଜ ନିଜ ଘରେ ବନ୍ଦ ହୋଇ ରହିବାକୁ ଅନିଚ୍ଛୁକ। ଏହା କେତେକ ପରିବାରରେ ପିତା-ମାତା ଓ ସନ୍ତାନଙ୍କ ମଧ୍ୟରେ ଅଶେଷ ମନୋମାଳିନ୍ୟ ମଧୢ ସୃଷ୍ଟି କଲାଣି। ତେବେ, ଆଶ୍ବାସନାର ବିଷୟ ଏହାର ବିପରୀତରେ ଇଟାଲୀରୁ ଆରମ୍ଭ କରି ବିଭିନ୍ନ ୟୁୁରୋପୀୟ ରାଷ୍ଟ୍ରରେ ଅନେକ ଦାୟିତ୍ବବାନ ଯୁବକଯୁବତୀ ସ˚ଗୀତ ଜରିଆରେ କରୋନା ଅବରୁଦ୍ଧ ଜନସାଧାରଣଙ୍କୁ ସାନ୍ତ୍ବନା ପ୍ରଦାନ କରିବା ସହିତ ସେମାନଙ୍କ ମନୋବଳ ବୃଦ୍ଧି ଲାଗି ପ୍ରୟାସରତ, ଯାହା ଅତ୍ୟନ୍ତ ହୃଦୟଗ୍ରାହୀ। ଏହି ସଂଦର୍ଭରେ ‘ଏକାନ୍ତ ବାସ’ର ବିଜନତାକୁ ଅତିକ୍ରମ କରିବା ଲାଗି ଶ୍ରୁତିମଧୁର ଗୀତ ଓ ସ˚ଗୀତ ଡାଉନ୍‌ଲୋଡ୍‌ କରିବା ସକା‌େଶ ଅନେକ ‘େଵବ୍‌ ସାଇଟ୍‌’ର ଆବିର୍ଭାବ ମଧୢ ଘଟିଛି।

ସଂପ୍ରତି ଏକ ଅତ୍ୟନ୍ତ ଅସହାୟତାଭରା ବାତାବରଣରେ ଯେତେବେଳେ ଦେଶ, ଅଞ୍ଚଳ, ପରିବାର ଓ ବ୍ୟକ୍ତିବିଶେଷ ପରସ୍ପର ଠାରୁ ବିଚ୍ଛିନ୍ନ ସ୍ଥିତିରେ, ଅଜସ୍ର ନାଗରିକ ‘ଏକାନ୍ତ ବାସ’ରେ, ସେତିକି ବେଳେ ମାନବ ଜାତିର ଆସ୍ଥା ଅତୁଟ ରଖିବାରେ ସାଇନ୍‌ସ ବା ବିଜ୍ଞାନ ସହିତ ଆଉ ଯାହା ଅମୃତ ତୁଲ୍ୟ ସାବ୍ୟସ୍ତ ହେବା ଭଳି ବୋଧ ‌େହଉଛି, ତାହା ହେଉଛି ସ˚ଗୀତ।

ସମ୍ବନ୍ଧିତ ଖବର