ବିଶ୍ବବ୍ୟାପୀ ୧୦୦ କୋଟିରୁ ଅଧିକ ଲୋକ ଲକ୍‌ଡାଉନ୍‌ରେ

ନୂଆଦିଲ୍ଲୀ: କରୋନା ଭାଇରସ୍‌ ଯୋଗୁଁ ବିଶ୍ବବ୍ୟାପୀ ପ୍ରାୟ ଶହେ କୋଟି ଲୋକ ଏବେ ଲକ୍‌ଡାଉନ୍‌ରେ ଅଛନ୍ତି। ଇଟାଲି, ଇରାନ୍‌, ସ୍ପେନ୍‌, ଫ୍ରାନ୍ସ, ଜର୍ମାନୀ ଆଦି ରାଷ୍ଟ୍ର ସଂପୂର୍ଣ୍ଣ ଲକ୍‌ଡାଉନ୍‌ ସ୍ଥିତିରେ ରହିଥିବା ବେଳେ ଭାରତ ଏବଂ ଆମେରିକାରେ ଆଂଶିକ ଲକ୍‌ଡାଉନ୍‌ କାର୍ଯ୍ୟକାରୀ ହୋଇଛି। ଇଟାଲିରେ ୨୪ ଘଣ୍ଟା ମଧ୍ୟରେ ୭୯୩ ଜଣଙ୍କ ମୃତ୍ୟୁ ହୋଇଥିବାରୁ ଭୟାନକ ସ୍ଥିତି ଉପୁଜିଛି।

ସମ୍ବନ୍ଧିତ ଖବର