ଜଣେ ରାଜା କି ବିଚିତ୍ର ବର ମାଗିଲେ ଯେ ସେ ଦୁଇ ଶହ ବର୍ଷ ଯାଏ ବଞ୍ଚିବାକୁ ଚାହାଁନ୍ତି।
ସିଦ୍ଧ ପୁରୁଷ କହିଲେ- ତୁମେ ଯେତିକି ବୟସ ଯାଏ ଜୀବିିତ ରହିବ ବୋଲି ଭଗବାନ ଚାହାଁନ୍ତି, ସେତିକି ତୁମକୁ ଦେଇଛନ୍ତି। ଭାଗ୍ୟ ବଳରୁ ତୁମେ ରାଜ ପରିବାରରେ ଜନ୍ମ ନେଇଛ। ଯେତିକି ଆୟୁଷ ପାଇଛ, ତା’ର ସ˚ପୂର୍ଣ୍ଣ ଉପଯୋଗ କର। ଅଧିକ ଆୟୁଷର ଅଭୀପ୍ସା ରଖ ନାହିଁ।
ରାଜା କହିଲେ- ମହାତ୍ମା, ଜୀବନକୁ ଉପଯୋଗ ନୁହେଁ, ଉପଭୋଗ କରିବାକୁ ଚାହେଁ। ତେଣୁ ଅଧିକ ଆୟୁଷ ଲୋଡ଼ା।
ସିଦ୍ଧ ପୁରୁଷ କିଛି କ୍ଷଣ ନିରବ ରହିଲେ ଏବଂ ତା’ ପରେ କହିଲେ- ତେବେ, ତାହା ହିଁ ହେଉ।
ରାଜାଙ୍କ ଆୟୁଷ ଏବେ ହୋଇଗଲା ଦୁଇ ଶହ ବର୍ଷ। ରାଜାଙ୍କ ଆନନ୍ଦ କହିଲେ ନ ସରେ। ଭୋଜିଭାତ ଓ ଗମାତରେ ସେ ଏମିତି ମାତି ରହିଲେ ଯେ କିଛି ବୁଝିପାରିବା ପୂର୍ବରୁ ଯୌବନ ଚାଲିଗଲା। ସେ ବୃଦ୍ଧ ହୋଇଗଲେ। ତାଙ୍କର ପ୍ରାଣପ୍ରିୟ ରାଣୀମାନେ ଜଣକ ପରେ ଜଣେ ତାଙ୍କୁ ଛାଡ଼ି ଚାଲିଗଲେ। ବନ୍ଧୁ ପରିଜନ ବି ଗଲେ। ଏବେ ପାଳି ପଡ଼ିଲା ସନ୍ତାନମାନଙ୍କର। ସେମାନେ ବି ଗଲେ। ଏଣେ ରାଜା ଆହୁରି ବୃଦ୍ଧ ହେବାକୁ ଲାଗିଥିଲେ। ଯନ୍ତ୍ରଣା ଜର୍ଜର ରାଜା ଏବେ ଅନୁତାପ କରିବାକୁ ଲାଗିଥିଲେ। ସେ ଯେ ବର ବଦଳରେ ଏକ ଅଭିଶାପ ମାଗିଛନ୍ତି, ତାହା ହୃଦୟଙ୍ଗମ କରି ପାରୁଥିଲେ।
ବର ନା ଅଭିଶାପ!
କଥାଟିଏ-କଥାଟିଏ