ଭବିଷ୍ୟତକୁ ନେଇ ବିଗ୍‌ ବି ଚିନ୍ତା ପ୍ରକଟ କରିବା ପରେ ଚାକିରି ଅଫର୍‌ ଦେଲେ ପ୍ରଶଂସକ

ମୁମ୍ବାଇ: ଲକ୍‌ଡାଉନ୍‌ ସମୟରେ ବରିଷ୍ଠ ନାଗରିକମାନେ ସୁଟିଂରେ ସାମିଲ୍‌ ହୋଇପାରିବେ ନାହିଁ ବୋଲି ମହାରାଷ୍ଟ୍ର ସରକାର ଘୋଷଣା କରିବା ପରେ ସୋସିଆଲ୍‌ ମିଡିଆରେ ନିଜ ଭବିଷ୍ୟତକୁ ନେଇ ଏକ ପୋଷ୍ଟ୍‌ ସେୟାର୍‌ କରିଥିଲେ ମେଗା ଷ୍ଟାର୍‌ ଅମିତାଭ ବଚ୍ଚନ। ତାଙ୍କ ପାଖରେ ଚାକିରି ନାହିଁ ବୋଲି ସେ ଏକ ପୋଷ୍ଟ୍‌ ସେୟାର୍‌ କରିବା ପରେ ତାଙ୍କୁ ତାଙ୍କର ଜଣେ ପ୍ରଶଂସକ ଚାକିରି ଅଫର୍‌ ଦେଇଥିବା ବିଗ୍‌ ବି ଅମିତାଭ୍‌ ତାଙ୍କ ବ୍ଲଗ୍‌ ପୋଷ୍ଟ୍‌ରେ ଉଲ୍ଲେଖ କରିଛନ୍ତି।

ଏହା ପୂର୍ବରୁ ଅମିତାଭ ଉଲ୍ଲେଖ କରିିଥିଲେ ଯେ ମହାରାଷ୍ଟ୍ର ସରକାରଙ୍କ ସୁଟିଂ ସଂଶୋଧିତ ନିର୍ଦ୍ଦେଶାବଳୀରେ  ସେ ଜଣେ ବରିଷ୍ଠ ନାଗରିକ ହୋଇଥିବାରୁ ତାଙ୍କୁ କାମ କରିବାକୁ ଦିଆଯିବ ନାହିଁ। ଅମିତାଭ ନିଜ ଭବିଷ୍ୟତକୁ ନେଇ ଚିନ୍ତା ପ୍ରକଟ କରିବା ପରେ ଜଣେ ପ୍ରଶଂସକ ତାଙ୍କୁ ଯେଉଁ ଚାକିରି ଅଫର୍‌ କରିଛନ୍ତି ତାହା ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି।

FilmiBeat

ଫ୍ୟାନ୍‌ ଜଣଙ୍କ ବିଗ୍‌ ବିଙ୍କ ଉଦେଶ୍ୟରେ ଲେଖିଛନ୍ତି, ‘ସରକାର ଆପଣଙ୍କୁ ବୃତ୍ତି ଉପରେ ପ୍ରତିବନ୍ଧକ ଲଗାଇବା କାରଣରୁ ରୋଜଗାର ବନ୍ଦ ହେବାକୁ ଦୃଷ୍ଟିରେ ରଖି ଆମେ ଆପଣଙ୍କୁ ଜଣାଇ ଦେଉଛୁ ଯେ ଏକ ବିକଳ୍ପ ଚାକିରି ପାଇଁ ଆପଣଙ୍କର ଆବେଦନର ସମୀକ୍ଷା ଚାଲିଛି।’

ପ୍ରଶଂସକ ଜଣକ ଜାରି କରିଥିବା ଏକ ଲମ୍ବା ଚିଠିରେ ଚାକିରି ସଂପର୍କରେ ବିସ୍ତୃତ ଭାବେ ଲେଖିଛନ୍ତି। ତାହା ପୂର୍ବରୁ ସେ ଲେଖିଛନ୍ତି, ‘ସାର୍‌, ଯଦି ଆପଣ କିଛି ନକରି ସ୍ବତନ୍ତ୍ର ଅନୁଭବ କରିବାକୁ ଚାହାନ୍ତି ତେବେ ଆମେ ପରାମର୍ଶ ଦେଉଛୁ ଆପଣ ଆମେରିକାର ରାଷ୍ଟ୍ରପତି ହୁଅନ୍ତୁ। କିନ୍ତୁ ଯଦି ଆପଣ ଏପରି କିଛି କରିବାକୁ ଚାହାଁନ୍ତି ଯାହା ଚିରସ୍ଥାୟୀ ରହିବ, ତେବେ ଆମେ ପରାମର୍ଶ ଦେଉଛୁ ଯେ ଆପଣ ଏକ ଶାନ୍ତି ଦୋକାନ ଖୋଲନ୍ତୁ। ଶାନ୍ତି ବିକ୍ରୟ କରନ୍ତୁ।’

ସମ୍ବନ୍ଧିତ ଖବର