ସୁଟିଂ ସେଟ୍‌ରେ ୪୩ ବର୍ଷ ତଳେ ଅଭିଷେକ ଓ ଶ୍ବେତାଙ୍କ ସହ ଅମିତାଭ

ଅମିତାଭ ବଚ୍ଚନ, ରିଷି କପୁର ଓ ବିନୋଦ ଖାନ୍ନାଙ୍କ ଅଭିନୀତ ‘ଅମର ଆକବର ଆନ୍ଥୋନି’ ଚଳଚ୍ଚିତ୍ରକୁ ଆଜି ୪୩ ବର୍ଷ ପୂରିଥିଲେ ହେଁ ଏହା ଏବେ ବି ବଲିଉଡ୍‌ର ଏକ ଚର୍ଚ୍ଚିତ ଫିଲ୍ମ ଭାବେ ବିଚାର କରାଯାଉଛି। ଅମିତାଭ ଏକ ପୁରୁଣା ଫଟୋ ଇନଷ୍ଟାଗ୍ରାମରେ ସେୟାର କରିବା ସହ ଆଉ ଏକ ଫଟୋ ଯୋଡ଼ିଛନ୍ତି। ଯେଉଁଥିରେ ତାଙ୍କ ସହ ଛୋଟ ବେଳର ଅଭିଷେକ ବଚ୍ଚନ ଓ ଶ୍ବେତାଙ୍କୁ ଦେଖିବାକୁ ମିଳିଛି। ବାସ୍ତବରେ ଏହି ଚଳଚ୍ଚିତ୍ରଟି ସୁଟିଂ ଚାଲିଥିବା ବେଳେ ତାଙ୍କୁ ଭେଟିବା ପାଇଁ ଅଭିଷେକ ଓ ଶ୍ବେତା ସୁଟିଂ ସେଟ୍‌ରେ ପହଞ୍ଚିଯାଇଥିଲେ। ଫଟୋରେ ଅମିତାଭ ଶ୍ବେତାଙ୍କୁ ଚୁମା ଦେଉଥିବା ବ‌େଳେ ଅଭିଷେକଙ୍କୁ କୋଳରେ ଧରିଥିବା ଦେଖିବାକୁ ମିଳିଛି।

ସେ କହିଛନ୍ତି ଯେ ୪୩ ବର୍ଷ ତଳେ ଅଭିଷେକ ଓ ଶ୍ବେତା ହଲିଡେ ଇନ୍‌ ବଲ୍‌ ରୁମ୍‌ରେ ଭେଟିବାକୁ ଆସିଥିଲେ। ଏହି ଚଳଚ୍ଚିତ୍ରଟି କେବଳ ମୁମ୍ବାଇରେ ୨୫ଟି ଥିଏଟରରେ ୨୫ ସପ୍ତାହ ଚାଲିଥିଲା। ସେତେବେଳେ ଏହି ଚଳଚ୍ଚିତ୍ରଟି ୭.୨୫ କୋଟି ଆୟ କରିଥିଲା।

ସମ୍ବନ୍ଧିତ ଖବର