ଅମିତାଭଙ୍କ ଏହି ମନଛୁଆଁ କାହାଣୀକୁ ଟ୍ବିଟର୍‌ରେ ସେୟାର କଲେ ଆଇଏଏସ୍‌ ଅଧିକାରୀ ଅଶ୍ବିନୀ

ମୁମ୍ବାଇ: ବେଳେ ଏକ ସାଧାରଣ କାହାଣୀ ଆପଣଙ୍କୁ ବଡ଼ ଶିକ୍ଷା ଦେଇପାରେ। ଦେଶର ବଡ଼ ପ୍ରଶ୍ନୋତ୍ତରି କାର୍ଯ୍ୟକ୍ରମ ‘କୌନ୍‌ ବନେଗା କରୋଡ଼ପତି’ ବି ସେହି କାହାଣୀ ଭିତରୁ ଅନ୍ୟତମ। ବିଗ୍‌ ବି ଅମିତାଭ ବଚ୍ଚନ ଏହି କାର୍ଯ୍ୟକ୍ରମକୁ ନେଇ ଏକ ପ୍ରେରଣାଦାୟକ କାହାଣୀ ଶୁଣାଇଛନ୍ତି।

ବିଗ୍‌ ବି ଅମିତାଭ କାହାଣୀ କହୁଥିବା ବେଳର ଭିଡିଓକୁ ଟ୍ବିଟର୍‌ ଆକାଉଣ୍ଟ୍‌ରେ ସେୟାର କରିଛନ୍ତି ଆଇଏଏସ୍‌ ଅଧିକାରୀ ଅଶ୍ବିନୀ ସରଣ।

ସେଥିରେ ବିଗ୍‌ କହୁଥିବାର ଶୁଣିବାକୁ ମିଳିଛି ଯେ ‘ଥରେ ଏକ ଶ୍ରେଣୀରେ ୯ ଯାଇ ୮କୁ ଚାପୁଡ଼ା ମାରିଲା। ୮ କହିଲା ମୋତେ କାହିଁକି ମାରିଲୁ? ୯ କହିଲା କି ମୁଁ ତୋ’ଠୁ ବଡ଼ ମ‌ାନେ ମୁଁ ମାରିବି। ସେହିପରି ଭାବେ ୮ମାରିଲା ୭କୁ, ୭ ମାରିଲା ୬କୁ, ୬ ମାରିଲା ୫କୁ, ୫ ମାରିଲା ୪କୁ, ୪ ମାରିଲା ୩କୁ, ୩ ମାରିଲା ୨କୁ, ୨ ମାରିଲା ୧କୁ।

 

ମାତ୍ର ୧ ତା’ଠାରୁ ସାନ ୦କୁ ଚାପୁଡ଼ା ନମାରି ଯାଇ ତାପଖରେ ବସିଗଲା। ୦ ଡରିଗଲା। ୧ କହିଲା ଡରନା, ମୁଁ ତମକୁ ମାରିବିନି। ମୁଁ ତମ ପାଖରେ ବସିବାକୁ ଆସିଛି। ତାପରେ ପୂରା ଶ୍ରେଣୀର ପିଲାଙ୍କ ଦୃଷ୍ଟି ୧ ଓ ୦ ଉପରେ ପଡ଼ିଲା। ସେମାନେ ଏକାଠି ବସିଥିବାରୁ ୧୦ ହୋଇ ସାରିଥିଲେ। ତାପରେ ସମସ୍ତେ ବୁଝିପାରିଲେ ଯେ ଅନ୍ୟକୁ ମାରି ସେମାନେ ନିଜର ମୂଲ୍ୟ ବଢ଼ାଇ ପାରିଲେନି। ମାତ୍ର ୧ ତାଠାରୁ ସାନ ପାଖରେ ବସିକରି ନଜ ମୂଲ୍ୟ ବଢ଼ାଇ ଦେଲା।’

ଏହାର ଅର୍ଥକୁ ବି ଅମିତାଭ ବେଶ୍‌ ଭଲ ଭାବେ ବୁଝାଇ ଦେଇଛନ୍ତି। ନିଜକୁ ଅନ୍ୟଠାରୁ ବଡ଼ ଦେଖାଇବାକୁ ଚେଷ୍ଟା କରୁଥିବା ବ୍ୟକ୍ତି କେବେ ବି ବଡ଼ ହୋଇପାରେନା। ନିଜକୁ ଅନ୍ୟ ସହ ଯୋଡ଼ି ରଖିବାକୁ ଚେଷ୍ଟା କରୁଥିବା ବ୍ୟକ୍ତି ନିଜର ମୂଲ୍ୟ ବୁଝାଇପାରେ।’

 

ସମ୍ବନ୍ଧିତ ଖବର