ଆଜି ମା ଗଡ଼ଚଣ୍ଡୀଙ୍କ ମହାଲକ୍ଷ୍ମୀ ବେଶ: ବଗଳାମୁଖୀ ବେଶରେ ଦର୍ଶନ ଦେଉଛନ୍ତି କଟକଚଣ୍ଡୀ

କଟକ: ଆଜି ମହାଷଷ୍ଠୀ। ଏଣେ ଆଜି ପୀଠମାନଙ୍କରେ ସପ୍ତମୀ ପୂଜା ଜାରି ରହିଛି। ଶାରଦୀୟ ପୂଜା ପାଇଁ ଚଳଚଞ୍ଚଳ ହୋଇପଡିଛି କଟକର ସମସ୍ତ ଶକ୍ତିପୀଠ। ଷୋଡ଼ଶଦିନାତ୍ମକ ପୂଜା ଉପଲକ୍ଷେ ଭକ୍ତମାନଙ୍କୁ ମା ମହାଲକ୍ଷ୍ମୀ ବେଶରେ ଦର୍ଶନ ଦେଉଛନ୍ତି ମା ଗଡ଼ଚଣ୍ଡୀ। ଏହି ବେଶକୁ ଦେଖିବା ପାଇଁ ମନ୍ଦିର ପରିସରରେ ହଜାର ହଜାର ଭକ୍ତଙ୍କ ଭିଡ଼ ଜମିଛି। ମାଆଙ୍କ ସାମ୍ନାରେ ହରିବୋଲ ହୁଳ ହୁଳିରେ କମ୍ପି ଉଠୁଛି ସମଗ୍ର ପୀଠ। ଆଜି ଦିନ ତମାମ ମାଆଙ୍କୁ ଦେଖିବା ପାଇଁ ଶ୍ରଦ୍ଧାଳୁ ଓ ଭକ୍ତଂକ ଲାଇନ ଲାଗିଛି। ନବରାତ୍ର ପୂଜା ଚାଲିଥିବାରୁ ମାଆଙ୍କୁ ଦର୍ଶନ କରିବା ପାଇଁ ରାଜ୍ୟର କୋଣ ଅନୁକୋଣରୁ ଭକ୍ତଂକ ସୁଅ ଛୁଟିଛି। ତେବେ ଗଡ଼ଚଣ୍ଡୀଙ୍କ ଏହି ବେଶର ମହିମା ଅସୀମ ଓ ଅପାର। ମାଆଙ୍କ ଏହି ଅପୂର୍ବ ବେଶ ଦେଖିବାକୁ ଗଡ଼ଚଣ୍ଡୀ ମନ୍ଦିରରେ ଭକ୍ତଙ୍କ ଭିଡ଼ ଲାଗି ରହିଛି।

ଜଗତଜନନୀ ମାଆ ଦୁର୍ଗାଙ୍କ ଆଗମନ ପାଇଁ ଚଳଚଞ୍ଚଳ ଧରାପୃଷ୍ଠ। ଦୁଇ ବର୍ଷ ପରେ ଜାକଜମକରେ ମାଆଙ୍କ ପୂଜା ଆୟୋଜନ ହେଉଥିବାରୁ ସବୁଠି ଉତ୍ସାହର ପରିବେଶ। ଆଜି ବିଭିନ୍ନ ଶକ୍ତି ପୀଠରେ ମାଆଙ୍କ ସପ୍ତମୀ ପୂଜା ହେଉଥିବା ବେଳେ ମଣ୍ଡପରେ ଷଷ୍ଠୀ ପୂଜା ହେଉଛି। ସନ୍ଧ୍ୟାରେ ବିଲ୍ୱବରଣ ପରେ ମାଆଙ୍କୁ ଆବାହନ କରାଯାଇ ମଣ୍ଡପରେ ପୂଜା କରାଯିବ। ଏଥିଲାଗି ପୂଜାମଣ୍ଡପରେ ବ୍ୟାପକ ଆୟୋଜନ କରାଯାଇଛି। ତେଣେ ମା କଟକଚଣ୍ଡୀ ଆଜି ଭକ୍ତମାନଙ୍କୁ ବଗଳାମୁଖୀ ବେଶରେ ଦର୍ଶନ ଦେଉଛନ୍ତି।

ସମ୍ବନ୍ଧିତ ଖବର