କନ୍‌ସର୍ଟ ସମୟରେ ମୁମ୍ବାଇ ଦର୍ଶକଙ୍କ ଉପରକୁ ଅଣ୍ଡରଓ୍ଵୟାର୍ ଫିଙ୍ଗିଲେ ଆମେରିକୀୟ ବଏ ବ୍ୟାଣ୍ଡ୍ ବ୍ୟାକ୍‌ଷ୍ଟ୍ରିଟ୍‌ ବଏଜ୍‌ର ସଦସ୍ୟ; ଭିଡିଓ ହେଲା ଭାଇରାଲ

ମୁମ୍ବାଇ: ଦୀର୍ଘ ୧୩ ବର୍ଷ ପରେ ଆମେରିକୀୟ ବଏ ବ୍ୟାଣ୍ଡ ବ୍ୟାକ୍‌ଷ୍ଟ୍ରିଟ୍‌ ବଏଜ୍‌ର ସଦସ୍ୟମାନେ ଭାରତରେ ସୋ’ ପରିବେଷଣ କରିବା ପରେ ହଜାର ହଜାର ପ୍ରଶଂସକ ଆଶ୍ଚର୍ଯ୍ୟ ଚକିତ ହୋଇଯାଇଥିଲେ!

ମୁମ୍ବାଇର ବିକେସିସ୍ଥିତ ଜିଓ ଗାର୍ଡେନ୍‌ସରେ ସେମାନଙ୍କ କନସର୍ଟର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ବ୍ୟାଣ୍ଡର ଦୁଇ ଜଣ ସଦସ୍ୟ ସେମାନଙ୍କ ଅଣ୍ଡରେଓ୍ଵୟାର ଦର୍ଶକଙ୍କ ଉପରକୁ ଫିଙ୍ଗୁଥିବାର ଦେଖିବାକୁ ମିଳିଛି।

ଭିଡିଓରେ ବ୍ୟାକ୍‌ଷ୍ଟ୍ରିଟ୍‌ ବଏଜ୍‌ର ସଦସ୍ୟ ଏଜେ ମ୍ୟାକ୍ଲିନ୍‌ ଏବଂ କେଭିନ୍‌ ରିଚାର୍ଡସନ୍‌ ପୋଡିୟମ ପଛକୁ ଯାଇ ପୋଷାକ ବାହାର କରୁଥିବା ଦେଖିବାକୁ ମିଳୁଛି। ଏହାପରେ ସେମାନେ ଦର୍ଶକଙ୍କୁ ନିଜର ଅଣ୍ଡରେଓ୍ଵୟାର ପ୍ରଦର୍ଶନ କରାଉଛନ୍ତି ଏବଂ କନ୍‌ସର୍ଟ ସମୟରେ ନିଜ ପ୍ରଶଂସକଙ୍କ ଉପରକୁ ସେସବୁକୁ ଫିଙ୍ଗି ଦେଉଛନ୍ତି।

ଭିଡିଓରେ ଦର୍ଶକଙ୍କ ଉପରକୁ ଅଣ୍ଡରେଓ୍ଵୟାର ଫିଙ୍ଗିବା ପୂର୍ବରୁ ଏଜେ କହିଥିଲେ, ‘ମନେପକାନ୍ତୁ, ସେଥର ଆପଣମାନେ ଆମ ଉପରକୁ ବ୍ରା’ ଓ ପ୍ୟାଣ୍ଟି ଫିଙ୍ଗଥିଲେ। ଆଜି ରାତିରେ, କେଭିନ୍‌ ଏବଂ ମୁଁ ଉପହାର ଆମ ମହିଳା ପ୍ରଶଂସକଙ୍କୁ ଫେରାଇ ଦେବାକୁ ଚାହୁଁଛୁ।’

ଗୁରୁବାର ଆୟୋଜିତ ଏହି କନସର୍ଟରେ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ୍‌, ମଲାଇକା ଅରୋରା, ରାମ ପୋଥିନେନୀ, ଶ୍ରଦ୍ଧା କପୁରଙ୍କ ସମେତ ବଲିଉଡ୍‌ର ବଡ଼ ବଡ଼ ସେଲିବ୍ରିଟିମାନେ ଯୋଗ ଦେଇଥିଲେ।

ପ୍ରଦର୍ଶନ ସମୟରେ ନିକ୍‌ କହିଥିଲେ, ‘ଆମେ ଜାଣି ନଥିଲୁ ଯେ ଏଠାରେ ଆମର ଏତେ ସଂଖ୍ୟକ ବିଏସବି ପ୍ରଶଂସକ ଅଛନ୍ତି! କିନ୍ତୁ ବର୍ତ୍ତମାନ ଆମେ ଏହା ଦେଖୁଛୁ ଏବଂ ଆମକୁ ଏହା ଭଲଲାଗୁଛି । ଭାରତରେ ଏହା ଆମର ଦ୍ଵିତୀୟ ସୋ’ ଏବଂ ଆମେ ମୁମ୍ବାଇ ଆସିବା ପାଇଁ ଦୀର୍ଘ ସମୟ ଧରି ଅପେକ୍ଷା କରିଥିଲୁ’। ବ୍ୟାକ୍‌ଷ୍ଟ୍ରିଟ୍‌ ବଏଜ୍‌ଙ୍କୁ ଶୁଣିବା ପାଇଁ ହଜାର ହଜାର ପ୍ରଶଂସକ ମୁମ୍ବାଇ ଆସିଥିଲେ। ପ୍ରାୟ ଦୁଇ ଘଣ୍ଟା ଧରି ଏହି ସୋ’ ଚାଲିଥିଲା।

ସମ୍ବନ୍ଧିତ ଖବର