ବାର୍ବି ଡଲ୍‌ ହେବାର ଗୌରବ ଲାଭ କରିଛନ୍ତି କେବଳ ଏହି ବଲିଉଡ ନାୟିକା

ମୁମ୍ବାଇ: ଆଜି (ଜୁଲାଇ ୧୬) ବଲିଉଡ଼୍‍ର ଲୋକପ୍ରିୟ ନାୟିକା କାଟ୍ରିନା କୈଫ୍‌ ତାଙ୍କର ୩୫ ତମ ଜନ୍ମଦିନ ସେଲିବ୍ରେଟ୍‌ କରୁଛନ୍ତି।ଏହି ଅବସରରେ କାଟ୍ରିନାଙ୍କ ଏକ କଥା ମନେ ପକାଉଛୁ।ଆପଣ କ’ଣ ଜାଣନ୍ତି କି କାଟ୍ରିନା କୈଫ୍‌ ହେଉଛନ୍ତି ଏକମାତ୍ର ନାୟିକା ଯାହାଙ୍କର ବାର୍ବି ଡଲ୍‌ ବଜାରକୁ ଆସିଥିଲା। ହଁ ୨୦୦୯ରେ ଏହା ପ୍ରସ୍ତୁତ କରିଥିଲା ମାଟେଲ ଇଣ୍ଡିଆ ଟୟ କଂପାନି।


ମାତ୍ର ୧୪ ବର୍ଷ ବୟସରେ ମଡ଼େଲିଂ ଜରିଆରେ ଏଣ୍ଟରଟେନ୍‌ମେଣ୍ଟ ଦୁନିଆଁରେ ପାଦ ଥାପି ଥିଲେ କାଟ୍ରିନା । ୨୦୦୩ରେ ରିଲିଜ୍‌ ହୋଇଥିବା ‘ବୁମ୍‌’ଜରିଆରେ ବଲିଉଡ଼୍‍ରେ ଏଣ୍ଟ୍ରି ନେଇଥିଲେ ସେ।ଏହା ସୁପରଫ୍ଲପ୍‌ ହୋଇଥିଲା। ‘ ବୁୁମ୍‌’ ଚଳଚ୍ଚିତ୍ର ଫ୍ଲପ୍‌ ହୋଇଥିଲେ ବି ପରେ ‘ମେନେ ପ୍ୟାର୍‌ କ୍ୟୁଁ କିୟା’ , ସରକାର୍‌ ଓ ପାର୍ଟନର ଭଳି ହିଟ୍‌ ସିନେମାରେ ନାୟିକା ହେବା ପରେ ଟପ୍‌ ହିରୋଇନ୍‌ର ମାନ୍ୟତା ପାଇଥିଲେ । କାଟ୍ରିନାଙ୍କ ଉଲ୍ଲେ୍‌ଖନୀୟ ହିନ୍ଦୀ ଫିଲ୍ମ ମଧ୍ୟରେ ରହିଛି ‘ମେନେ ପ୍ୟାର୍‌ କ୍ୟୁଁ କିୟା’,ନମସ୍ତେ ଲଣ୍ଡନ, ପାର୍ଟନର,ଓ୍ଵଲ୍‌କମ୍‌, ରେସ୍‌,ରାଜନୀତି,ଅଜବ୍‌ ପ୍ରେମ୍‌ କି ଗଜବ୍‌ କାହାନୀ, ଧୂମ୍‌-ଥ୍ରି, ବ୍ୟାଙ୍ଗ୍‌ ବ୍ୟାଙ୍ଗ୍‌ ଏକ୍‌ଥା ଟାଇଗର୍‌,ୟେ ଜିନ୍ଦେଗି ନା ମିଲେଗି ଦୁବାରା ,ଜଗ୍ଗା ଜାସୁସ୍‌ ଏବଂ ଟାଇଗର୍‌ ଜିନ୍ଦା ହେ, ଇତ୍ୟାଦି।

ସମ୍ବନ୍ଧିତ ଖବର