ମହିଳାଙ୍କ ରିଲ୍ସ ପ୍ରୀତି ସମ୍ପର୍କରେ କହିବ ‘ଭଗିଆ ଭାରିଜା’

ସାମାଜିକ ଗଣମାଧ୍ୟମର ରିଲ୍ସ ମାୟାରେ ସମସ୍ତେ ବାୟା ହୋଇଥିବା ବେଳେ ଗ୍ରାମାଞ୍ଚଳର ମହିଳାମାନେ ଏବେ ଏହା ପ୍ରେମରେ ପାଗଳ। ସମସ୍ତଙ୍କ ଅଭିଯୋଗ ଦିନତମାମ ସେମାନେ ଏବେ ରିଲ୍ସ‌ ଭିଡିଓ କରିବାରେ ବ୍ୟସ୍ତ ରହୁଛନ୍ତି। କିଏ କହୁଛି ଏହାଦ୍ବାରା ପରିବାର ଓ ସନ୍ତାନମାନେ ଅବହେଳିତ ହେଉଛନ୍ତି ତ’ କିଏ କହୁଛନ୍ତି ସେମାନେ ନିଜ ପ୍ରତିଭାକୁ ପ୍ରକାଶିତ କରିପାରୁଛନ୍ତି। ନାମ, ପରିଚୟ ଓ ରୋଜଗାର ମଧ୍ୟ ପାଉଛନ୍ତି। ତେବେ ମହିଳା ବା ଗୃହିଣୀମାନଙ୍କର ରିଲ୍ସ ଭିଡିଓରେ ଅତ୍ୟଧିକ ସଂପୃକ୍ତି ସମାଜରେ କ’ଣ ପ୍ରଭାବ ପକାଉଛି? ଏହି ପ୍ରସଙ୍ଗ ଉପରେ ବି‌େଶ୍ଳଷଣ କରିବ ହାସ୍ୟାଭିନେତା ହରିହର ମହାପାତ୍ରଙ୍କ ଆଗାମୀ ଚଳଚ୍ଚିତ୍ର ‘ଭଗିଆ ଭାରିଜା’।

ଏଥିରେ ହରିଙ୍କ ସହ ଆଲ୍‌ବମ୍‌ କୁଇନ୍‌ ଦେବଯାନୀ, ବବି ମିଶ୍ର ଓ ପୁପିନ୍ଦର ପ୍ରମୁଖ ବିଭିନ୍ନ ଭୂମିକାରେ ଅଭିନୟ କରିଛନ୍ତି। ଏହାର ସୁଟିଂ ଡିସେମ୍ବର ୧୩ ତାରିଖରୁ ଆରମ୍ଭ ହୋଇଯାଇଥିବା ବେଳେ ଉତ୍କଳ ଦିବସ ଅବସରରେ ଏହା ପରଦାକୁ ଆସିବ। ହରିବୋଲ୍‌ ‌ମିଡିଆ ଆଣ୍ଡ୍‌ ଏଣ୍ଟର୍‌ଟେନ୍‌ମେଣ୍ଟ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ ବ୍ୟାନର୍‌ରେ ପ୍ରସ୍ତୁତ ହେଉଥିବା ଏହି ଚଳଚ୍ଚିତ୍ରର କାହାଣୀ ହରି ଲେଖିଥିବା ବେଳେ ଏହାର ପ୍ରଯୋଜନା କରୁଛନ୍ତି ଭୀଷ୍ମ ରଥ ଓ ନିଜେ ହରି। ମୃତ୍ୟୁଞ୍ଜୟ ସାହୁ ଏହାର ନିର୍ଦ୍ଦେଶନା ଦେଉଥିବା ବେଳେ ମଳୟ ମିଶ୍ର ସଙ୍ଗୀତ ନିର୍ଦ୍ଦେଶକ ଦାୟିତ୍ବ ତୁଲାଉଛନ୍ତି।

ସମ୍ବନ୍ଧିତ ଖବର