ଚୋର ଧରାଇଲେ, ୧୦,୦୦୦ ପୁରସ୍କାର

ଭୁବନେଶ୍ବର: ଚୋର ଧରାଅ ୧୦ହଜାର ଟଙ୍କା ପୁରସ୍କାର ନିଅ। ରାଜଧାନୀର ଲୁଟ୍‌ପାଟ କରି ଆତଙ୍କ ରଚିଥିବା କିଛି ଲୁଟେରାଙ୍କୁ ଧରିବା ପାଇଁ କମିସନରେଟ୍‌ ପୁଲିସ ଏଭଳି ଉପାୟ ଅବଲମ୍ବନ କରିଛି। ଦୀର୍ଘଦିନ ଧରି ଫେରାର ଥିବା ଲୁଟେରାଙ୍କୁ କାବୁ କରିବା ପାଇଁ କମିସନରେଟ୍‌ ପୁଲିସ ପକ୍ଷରୁ ଏକ ତାଲିକା କରାଯାଇ ସେମାନଙ୍କ ନାମରେ ମୋଷ୍ଟୱାଣ୍ଟେଡ୍‌ ଜାରି କରାଯାଇଛି। ଆଉ ଏହି ୱାଣ୍ଟେଡ୍‌ ଲୁଟେରାଙ୍କ ଫଟୋକୁ ରାଜଧାନୀର ଶତାଧିକ ସ୍ଥାନରେ ଲଗାଯାଇଛି। ସେହିପରି ସମସ୍ତ ଥାନା ଅଧିକାରୀଙ୍କୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ବଡ଼ ବଡ଼ ଲୁଟ୍‌ରେ ଫେରାର ଥିବା ଲୁଟେରାଙ୍କ ତାଲିକା କରି ନିଜ ଅଞ୍ଚଳରେ ଲଗାଇବେ। କାରଣ ଗତ କିଛି ମାସ ମଧ୍ୟରେ ଲୁଟେରା ରାଜଧାନୀର ୧୦ରୁ ଊର୍ଧ୍ବ ଆପାର୍ଟମେଣ୍ଟରୁ ଲୁଟ୍‌କରି ଫେରାର୍‌ ହୋଇଯାଇଥିଲେ। ଏପର୍ଯ୍ୟନ୍ତ ଜଣେ ବି ହେଲେ‌ ଲୁଟେରାଙ୍କୁ ପୁଲିସ ଗିରଫ କରିପାରି ନାହିଁ। ଯାହାକି ପୁଲିସ ପାଇଁ ବଡ଼ ଚ୍ୟାଲେଞ୍ଜ ରହିଛି। ତେଣୁ ସେମାନଙ୍କୁ କିଭଳି କାବୁ କରାଯିବ ସେଥିପାଇଁ ପୁଲିସ ବ୍ଲୁ-ପ୍ରିଣ୍ଟ୍‌ ପ୍ରସ୍ତୁତ କରିଛି। ଆଉ ଏଥିରେ ୱାଣ୍ଟେଡ୍‌ ତାଲିକାକୁ ସାମିଲ୍‌ କରାଯାଇଛି। ଏହି ଲୁଟେରାଙ୍କ ବିଷୟରେ ଯେଉଁମାନେ ସୂଚନା ଦେବେ ତାଙ୍କ ପରିଚୟ ଗୋପନ ରଖାଯିବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର