ପଞ୍ଚମ ଦିନରେ ‘ଭାରତ’: ବ୍ୟବସାୟ ୧୫୦ କୋଟି ଟପିଲା, ଏହା ସଲମାନଙ୍କ ୧୪ତମ ୧୦୦କୋଟିଆ ଫିଲ୍ମ

ମୁମ୍ବାଇ: ରିଲିଜ୍‌ ହେବାର ପାଞ୍ଚ ଦିନ ଭିତରେ ୧୫୦.୧୦ କୋଟି ବ୍ୟବସାୟ କରିଛି ସଲମାନ ଖାନଙ୍କ ଅଭିନୀତ ଚଳଚ୍ଚିତ୍ର ‘ଭାରତ’। ସଲମାନଙ୍କୁ ବକ୍ସ ଅଫିସ୍‌ର ଚୁମ୍ବକୀୟ ବ୍ୟକ୍ତିତ୍ୱ ବୋଲି କହିଲେ ଆଦୌ ଭୁଲ୍‌ ହେବ ନାହିଁ। ଚଳଚ୍ଚିତ୍ର ରିଲିଜ୍‌ ହେବାର ଚତୁର୍ଥ ଦିନରେ ଏହା ୧୦୦ କୋଟି ବ୍ୟବସାୟ କରିଥିଲା। ଲଗାତର ୧୦୦ କୋଟି ବ୍ୟବସାୟ କରିଥିବା ଚଳଚ୍ଚିତ୍ରଗୁଡ଼ିକ ଭିତରୁ ‘ଭାରତ’ ଚଳଚ୍ଚିତ୍ର ୧୪ତମ ସ୍ଥାନରେ ରହିଛି। ଏହା ପୂର୍ବରୁ ସଲମାନଙ୍କର ୧୩ଟି ଯାକ ଚଳଚ୍ଚିତ୍ର ୧୦୦ କୋଟି ବ୍ୟବସାୟ କରିସାରିଛି।

ଏଗୁଡ଼ିକ ମଧ୍ୟରୁ ଅଭିନେତାଙ୍କର ୩ଟି ଚଳଚ୍ଚିତ୍ର ୩୦୦ କୋଟି ବ୍ୟବସାୟ କରିିଥିବା ବେଳେ ୨ଟି ଚଳଚ୍ଚିତ୍ର ୨୦୦ କୋଟି ବ୍ୟବସାୟ କରିଛି। ଲଗାତର ୧୦୦ କୋଟି ବ୍ୟବସାୟ କରିଥିବା ସଲମାନଙ୍କ ଚଳଚ୍ଚିତ୍ରଗୁଡ଼ିକ ହେଉଛି ‘ଦବଙ୍ଗ’, ‘ରେଡ୍ଡି,’ ‘ବଲିଗାର୍ଡ’, ‘ଏକ୍‌ ଥା ଟାଇଗର୍‌’, ‘ଦବଙ୍ଗ୨’ ‘ଜୟ ହୋ’, ‘କିକ୍‌’, ‘ବଜରଙ୍ଗୀ ଭାଇଜାନ୍‌’, ‘ପ୍ରେମ ରତନ ଧନ ପାଓ’, ‘ସୁଲତାନ’, ‘ଟ୍ୟୁବଲାଇଟ୍‌’, ‘ଟାଇଗର ଜିନ୍ଦା ହୈ’, ‘ରେସ୍‌୩’ ଓ ‘ଭାରତ’।

ସମ୍ବନ୍ଧିତ ଖବର