ଗର୍ଲଫ୍ରେଣ୍ଡଙ୍କ ସହ ବ୍ରେକ୍‌ ଅପ୍‌ ଖବର ପାଇବାମାତ୍ରେ ଏହି ନାୟକଙ୍କୁ ନିଜ ଫିଲ୍ମରୁ ବିଦା କଲେ କରଣ ଜୋହର୍‌

ମୁମ୍ବାଇ: ଚଳିତ ବର୍ଷର ସୁପରହିଟ୍‌ ଫିଲ୍ମ ‘ଧଡକ୍‌’ର ନାୟକ ଈଶାନ୍‌ ଖଟ୍ଟର ଏବେ ପୁଣି ଚର୍ଚ୍ଚାରେ। ତାଙ୍କର ଜଣେ ପୂର୍ବତନ ପ୍ରେମିକାଙ୍କ ପାଇଁ ଈଶାନ୍‌ ଖଟ୍ଟରଙ୍କ ହାତରୁ ଖସିଗଲା ଏକ ବଡ଼ ସିନେମା।
ଈଶାନ୍‌ ଖଟ୍ଟରଙ୍କର ଜଣେ ଏକ୍ସ ଗର୍ଲଫ୍ରେଣ୍ଡ୍‌ ହେଲେ ତାରା ସୁତାରିଆ। ସେ ଏବେ କରଣ ଜୋହରଙ୍କରସିନେମା ‘ଦ ଷ୍ଟୁଡେଣ୍ଟ୍‌ ଆଫ୍‌ ଦ ଇୟର୍‌ ’ରେ ଟାଇଗର୍‌ ଶ୍ରଫଙ୍କ ବିପକ୍ଷରେ ନାୟିକା ଭୂମିକା ନିଭାଉଛନ୍ତି। ଈଶାନ୍‌ ଓ ତାରା ଏକା ସମୟରେ କ୍ୟାରିଅର୍‌ ଆରମ୍ଭ କରିଥିଲେ। ସେତେବେଳେ ସେ ଦୁହେଁ ପ୍ରେମ ସଂପର୍କରେ ଥିଲେ।
ଈଶାନ୍‌ ଓ ତାରାଙ୍କ ରୋମାନ୍ସର ଚର୍ଚ୍ଚା ବଲିଉଡରେ ହୁଲୁସ୍ତୁଲ ହେବା ସମୟରେ ଈଶାନ୍‌ କରଣ ଜୋହରଙ୍କ ଫିଲ୍ମ ‘ଧଡକ୍‌’ ପାଇଁ ଚୁକ୍ତିବଦ୍ଧ ହୋଇଥିଲେ। କିଛି ଦିନ ପରେ ତାରା ସୁତାରିୟା ବି କରଣ ଜୋହରଙ୍କର ଅନ୍ୟ ଏକ ସିନେମା ‘ଦ ଷ୍ଟୁଡେଣ୍ଟ୍‌ ଆଫ୍‌ ଦ ଇୟର୍‌ ’ ସାଇନ କରିଥିଲେ ।


‘ଧଡକ୍‌’ ର ସୁଟିଂ ସମୟରେ ଈଶାନଙ୍କ ଅଭିନୟ ରେ ଖୁସି ହୋଇ କରଣ ଜୋହର୍‌ ତାଙ୍କର ଅନ୍ୟ ସିନେମା ‘ଦ ଷ୍ଟୁଡେଣ୍ଟ ଅଫ୍‌ ଦ ଇୟର୍‌ -୨’ ରେ ଈଶାନ୍‌ଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନେଇଥିଲେ। ଏହି ଫିଲ୍ମ ପାଇଁ ଈଶାନ୍‌ ମଧ୍ୟ ସୁଟିଂ କରିଥିଲେ। ଠିକ୍‌ ସେହି ସମୟରେ କରଣ ଜୋହର ଖବର ପାଇଲେ ଯେ ଈଶାନ୍‌ ଓ ତାରା ସୁତାରିଆଙ୍କର ବ୍ରେକ୍‌ ଅପ୍‌ ହୋଇଯାଇଛି। ଏହାପରେ କରଣ ଈଶାନ୍‌ଙ୍କୁ ‘ଦ ଷ୍ଟୁଡେଣ୍ଟ ଅଫ୍‌ ଦ ଇୟର୍‌ -୨’ ରୁ ଆଉଟ୍‌ କରିଲେ।

ସମ୍ବନ୍ଧିତ ଖବର