ବିଗ୍‌ ବସ୍‌-୧୩ରେ ଏଣ୍ଟ୍ରି ମାରିବାକୁ ଯାଉଛନ୍ତି ଏହି ବଲିଉଡ୍‌ ଅଭିନେତ୍ରୀ, ସାମ୍ନାକୁ ଆସିଲା ନାଁ

ମୁମ୍ବାଇ : ବିଗ୍‌ ବସ୍‌ ସିଜିନ୍‌ ୧୩ ପାଇଁ ଜୋରସୋରରେ ପ୍ରସ୍ତୁତି ଆରମ୍ଭ ହୋଇ ଯାଇଛି । ସାମିଲ ହେବାକୁ ଥିବା ପ୍ରତିଯୋଗୀମାନଙ୍କ ନାଁ ବଛାଯିବା କାମ ମଧ୍ୟ ଆରମ୍ଭ ହୋଇ ଯାଇଛି । ଚଳିତ ବର୍ଷ କେବଳ ସେଲିବ୍ରିଟିମାନେ ହିଁ ସୋ’ରେ ନଜର ଆସିବାକୁ ଥିବା ବେଳେ ଏଥିରେ ଜଣେ ବଲିଉଡ୍‌ ଅଭିନେତ୍ରୀ ସାମିଲ ହୋଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି । ବଲିଉଡ୍‌ ଅଭିନେତ୍ରୀ ମୁଗ୍ଧା ଗୋଡସେ ବିଗ୍‌ ବସ୍‌ ସିଜିନ୍‌ ୧୩ରେ ନଜର ଆସି ପାରନ୍ତି ବୋଲି ଖବର ମିଳିଛି ।

IBTimes India

ଇଣ୍ଟରନ୍ୟାସନାଲ ବିଜନେସ ଟାଇମ୍ସ ଅନୁଯାୟୀ ବିଗ୍‌ ବସ୍‌ ସିଜିନ୍‌ ୧୩ ପାଇଁ ମୁଗ୍ଧାଙ୍କୁ ଫାଇନାଲ କରି ଦିଆଯାଇଛି । ମୁଗ୍ଧା ମଡେଲ ମାହିକା ଶର୍ମାଙ୍କ ସହ ବିଗ୍‌ ବସ୍‌ ହାଉସ୍‌ରେ ପ୍ରବେଶ କରିବେ ବୋଲି ଜଣା ପଡ଼ିଛି । ଦୁହେଁ ଜୁଲାଇ ୨୬, ୨୦୧୯ରେ ବିଗ୍‌ ବସ୍‌ ସିଜିନ୍‌ ୧୩ରେ ପ୍ରତିଯୋଗୀ ଭାବେ ଯୋଗ ଦେବେ ବୋଲି କଣ୍ଟ୍ରାକ୍ଟରେ ନିଜର ହସ୍ତାକ୍ଷର କରି ସାରିଛନ୍ତି ।

ସମ୍ବନ୍ଧିତ ଖବର