ସ୍ତ୍ରୀ ଅନ୍‌ଲାଇନ୍‌ ସପିଂ କରିବାକୁ ପସନ୍ଦ କରୁଥିବାରୁ ଜନ୍ମଦିନରେ ଡେଲିଭରୀ ବକ୍ସ ଭଳି ଦିଶୁଥିବା କେକ୍‌ ଅର୍ଡର କଲେ ସ୍ୱାମୀ, ତା’ ପରେ……

ନୂଆଦିଲ୍ଲୀ : ଆଜିକାଲି ଲୋକେ ବାହାରକୁ ନ ଯାଇ ଅନ୍‌ଲାଇନ୍‌ ସପିଂ ସାଇଟ୍‌ରୁ ହିଁ ସବୁ ଜିନିଷ କିଣିବାକୁ ପସନ୍ଦ କରୁଛନ୍ତି । ଯାହାଦ୍ୱାରା ସେମାନଙ୍କର ଅନେକ ସମୟ ନଷ୍ଟ ହେବାରୁ ବଞ୍ଚି ପାରୁଛି । ଘରେ ବସି ସେମାନଙ୍କୁ ସବୁ ଜିନିଷ ନିଜ ହାତରେ ମିଳି ଯାଉଛି । ତେବେ କିଛି ଲୋକ ଏତେ ଜିନିଷ କିଣିବାକୁ ଭଲ ପାଆନ୍ତି ଯେ, ସେମାନଙ୍କ ଘରକୁ ପ୍ରତିଦିନ ଗୋଟେ ଗୋଟେ ଜିନିଷ ଡେଲିଭର ହୋଇଥାଏ । କାରୋଲିନାରେ ରହୁଥିବା ଜଣେ ଯୁବକ ନିଜ ପତ୍ନୀଙ୍କ ଅନ୍‌ଲାଇନ୍‌ ସପିଂ କରୁଥିବାର ନିଶା ଦେଖି ଯାହା କରିଛନ୍ତି, ତାହା ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି ।

ସୂଚନା ମୁତାବକ, ଏମିଲିଙ୍କ ଜନ୍ମଦିନ ଥିବା ଜାଣି ତାଙ୍କ ସ୍ୱାମୀ େଓ୍ଵଲନ ତାଙ୍କୁ ସର୍‌ପ୍ରାଇଜ୍‌ ଦେବାକୁ ଚିନ୍ତା କରିଥିଲେ । ଏମିଲି ସବୁ ବେଳେ ଆମାଜନରୁ ଅନ୍‌ଲାଇନ୍‌ ସପିଂ କରୁଥିବା ଜାଣି େଓ୍ଵଲନ୍‌ ଆମାଜନ୍‌ର ଡେଲିଭରୀ ବକ୍ସ ଭଳି ଏକ କେକ୍‌ ତିଆରି କରିଥିଲେ । ଜନ୍ମଦିନରେ କେକ୍‌ ଆସିବା ପରେ ଏମିଲି କେକ୍‌ ଦେଖି ପ୍ରଥମେ ଜାଣି ପାରି ନଥିଲେ । କିନ୍ତୁ ଛୁଇଁବା ପରେ ତାହା ଏକ କେକ୍‌ ବୋଲି ଜାଣିଥିଲେ ଏମିଲି । ଏହା ପରେ ସେ କେକ୍‌ର ଫଟୋକୁ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରିଥିଲେ । ଯାହାର କିଛି ସମୟ ପରେ ଫଟୋଟି ଭାଇରାଲ ହେବାରେ ଲାଗିଥିଲା ।

ସମ୍ବନ୍ଧିତ ଖବର