ଏୟାରପୋର୍ଟ ଘରୋଇକରଣକୁ କଂଗ୍ରେସର ବିରୋଧ

ନୂଆଦିଲ୍ଲୀ : ଦେଶର ୨୦-୨୫ ଏୟାରପୋର୍ଟର ଘରୋଇକରଣ କରିବାକୁ କେନ୍ଦ୍ର ସରକାରଙ୍କ ପ୍ରସ୍ତାବକୁ ବିରୋଧ କରିଛି କଂଗ୍ରେସ । ମୋଦୀ ସରକାର ସାରା ଦେଶର ଲୋକମାନଙ୍କ ସ୍ୱାର୍ଥକୁ ବଳିଦେଇ କେତେକ ନିର୍ଦ୍ଦିଷ୍ଟ କର୍ପୋରେଟ ସଂସ୍ଥାଙ୍କୁ ଲାଭ ପହଞ୍ଚାଉଛନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି ।

କଂଗ୍ରେସ ମୁଖପାତ୍ର ପଓ୍ଵନ ଖେରା କହିଛନ୍ତି ଯେ ଦେଶର ଏୟାରପୋର୍ଟଗୁଡ଼ିକର ଘରୋଇକରଣ ନ କରିବାକୁ ନିତି ଆୟୋଗ ଓ ଅର୍ଥନୈତିକ ବ୍ୟାପାର ବିଭାଗର ପରାମର୍ଶ ସତ୍ତ୍ୱେ ସରକାର ଏପରି କରିବାକୁ ନିଷ୍ପତ୍ତି ନେବା ଦୁର୍ଭାଗ୍ୟଜନନକ ।

ସୂଚନାଯୋଗ୍ୟ ଯେ ସରକାର ଦେଶର ପ୍ରାୟ ୨୦-୨୫ଟି ଏୟାରପୋର୍ଟର ଘରୋଇକରଣ କରିବେ ବୋଲି ଶୁକ୍ରବାରଦିନ କହିଥିଲେ ଏୟାରପୋର୍ଟ ଅଥରିଟି ଅଫ ଇଣ୍ଡିଆର ଅଧ୍ୟକ୍ଷ ଗୁରୁପ୍ରସାଦ ମହାପାତ୍ର । ଏହି ଏୟାରପୋର୍ଟଗୁଡ଼ିକମଧ୍ୟରେ ରହିଛି ଦେଶର କେତେକ ପ୍ରମୁଖ ଏୟାରପୋର୍ଟ ଯେଉଁଗୁଡ଼ିକର ବାର୍ଷିକ ଯାତ୍ରୀ ଚଳାଚଳ ସଂଖ୍ୟା ୧ରୁ ୧.୫ ନିୟୁତ ମଧ୍ୟରେ ରହିଛି ।

ଗତ ବର୍ଷ ସରକାର ୬ଟି ଏୟାରପୋର୍ଟ ଲକ୍ଷ୍ନୌ, ଅହମଦାବାଦ, ଜୟପୁର, ମାଙ୍ଗାଲୁରୁ, ତିରୁଅନନ୍ତପୁରମ ଓ ଗୌହାଟୀର ଘରୋଇକରଣ ଲାଗି ନିଷ୍ପତ୍ତି ନେଇଥିଲେ । ଏହା ପରେ ଡକାଯାଇଥିବା ଟେଣ୍ଡର ପ୍ରକ୍ରିୟାରେ ସର୍ବୋଚ୍ଚ ବିଡର ହୋଇ ଅଦାନୀ ଗ୍ରୁପ ୫ଟି ଏୟାରପୋର୍ଟର ପରିଚାଳନା ନିଜ ହାତକୁ ନେଇଛି ।

ସମ୍ବନ୍ଧିତ ଖବର