ସାରାଙ୍କ ଚାଞ୍ଚଲ୍ୟକର ଖୁଲାସା: କାର୍ତ୍ତିକଙ୍କ ଗାଡ଼ିରେ ବସିବା ପାଇଁ ମୋତେ ଟଙ୍କା ମିଳୁଛି

ମୁମ୍ବାଇ : ବଲିଉଡ୍‌ରେ ଏବେ ଅଭିନେତା କାର୍ତ୍ତିକ ଆର୍ଯ୍ୟନ ଓ ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍‌ଙ୍କ ପ୍ରେମ କାହାଣୀକୁ ନେଇ ଚର୍ଚ୍ଚା । ଦୁହେଁ ସାଥୀରେ ଫିଲ୍ମ କରିବା ସହ ଅନେକ ସମୟରେ ଦୁହେଁ ସାଥୀରେ ସମୟ କଟାଉଥିବାର ଦେଖାଯାଇଥାଏ । କିଛି ମାସ ତଳେ ସାରା ଓ କାର୍ତ୍ତିକ ବାଇକ୍‌ରେ ବୁଲୁଥିବାର ନଜର ଆସିଥିଲେ । ଯାହାର ଭିଡିଓ ମଧ୍ୟ ଭାଇରାଲ ହୋଇଥିଲା । ଦୁହେଁ ନିର୍ଦ୍ଦେଶକ ଇମ୍‌ତିଆଜ୍‌ ଅଲ୍ଲୀଙ୍କ ଫିଲ୍ମ ଲଭ୍‌ ଆଜ୍‌ କଲ-୨ର ସୁଟିଂ ଶେଷ କରିବା ପରେ ଏବେ ସାଥୀରେ ଅନେକ ସ୍ଥାନରେ ନଜର ଆସୁଛନ୍ତି ।

India Today

କିଛି ଦିନ ତଳେ ଦିଲ୍ଲୀରେ ଆୟୋଜିତ ହୋଇଥିବା ଏକ ର‍୍ୟାମ୍ପ ସୋ’ରେ ପ୍ରଥମ ଥର ପାଇଁ ସାମିଲ ହୋଇଥିଲେ ସାରା । ଯେଉଁଠି ଆର୍ଯ୍ୟନ ଓ ସାରାଙ୍କ ଭାଇ ଇବ୍ରାହିମ୍‌ ତାଙ୍କୁ ଉତ୍ସାହିତ କରିବାକୁ ପହଞ୍ଚିଥିଲେ । ର‍୍ୟାମ୍ପ ସୋ’ ପରେ ସାରାଙ୍କୁ ଆର୍ଯ୍ୟନ ଓ ଇମ୍‌ତିଆଜ୍‌ ଅଲ୍ଲୀଙ୍କ ସହ କାମ କରିବାର ଅନୁଭବ ପଚରାଯାଇଥିଲା । ଯାହାର ଉତ୍ତର ରଖି, ମୋତେ ବହୁତ ଲାଗିଲା । ସବୁ ଦିନ ମୋ ପାଇଁ ମଜାଦାର ଥିଲା । ସେ ସମୟରେ ମୁଁ ସମସ୍ତଙ୍କୁ ଥଟ୍ଟାରେ କହୁଥିଲି କି, ଆର୍ଯ୍ୟନଙ୍କ ଗାଡ଼ି ପଛରେ ବସିବା ପାଇଁ ମୋତେ ଟଙ୍କା ମିଳୁଛି । କାରଣ ମୋତେ ଫିଲ୍ମ ପାଇଁ ଆର୍ଯ୍ୟନଙ୍କ ଗାଡ଼ି ପଛରେ ବସିବାକୁ ପଡ଼ୁଥିଲା ବୋଲି କହିଛନ୍ତି ସାରା ।

ସମ୍ବନ୍ଧିତ ଖବର