ନ୍ୟୁଜ୍‌ ରିଲ୍‌: ରବିନାଙ୍କୁ ମାନସିକ ଡାକ୍ତରଙ୍କ ପାଖକୁ ନେଇଥାନ୍ତେ ଅଜୟ

ଲୋକପ୍ରିୟ ବଲିଉଡ୍ ସିନେମା ‘ଦିଲ୍‌ୱାଲେ’ରେ ସାଥିହୋଇ କାମ କରିବା ପରେ ଅଜୟ ଦେବଗନ୍ ଓ ରବିନା ଟଣ୍ଡନ୍‌ଙ୍କ ମଧ୍ୟରେ ପ୍ରେମ ସଂପର୍କ ଥିବା ନେଇ ଚର୍ଚ୍ଚା ହେଉଥିଲା। ପରେ ଶୁଣିବାକୁ ମିଳିଲା ଯେ, ଅଜୟ କରିସ୍ମା କପୁରଙ୍କ ପାଇଁ ରବିନାଙ୍କୁ ଧୋକା ଦେଇଥିଲେ। ରବିନା ସେ ସମୟରେ ଅନେକ ସାକ୍ଷାତ୍‌କାରରେ କହିଥିଲେ କି ସଂପର୍କରେ ଥିବା ବେଳେ ଅଜୟ ଓ ତାଙ୍କ ମଧ୍ୟରେ ପ୍ରେମପତ୍ର ଦିଆନିଆ ହୋଇଥିଲା। ମାତ୍ର ଏହାକୁ ମିଥ୍ୟା ବୋଲି କହିଥିଲେ ଅଜୟ। ଅଜୟଙ୍କ କହିବା କଥା ହେଲା, ସେ କେବେ ବି ରବିନାଙ୍କ ନିକଟତର ହୋଇ ନ ଥିଲେ। ରବିନା ଜଣେ ମିଥ୍ୟାବାଦିନୀ।

ଯଦି ବାସ୍ତବରେ ପ୍ରେମପତ୍ର ଦିଆନିଆ ହୋଇଥିଲା ତ ସେ ତାହାକୁ ସର୍ବସାଧାରଣରେ ପ୍ରକାଶ କରନ୍ତୁ। ଏପରିକି ଅଜୟ ଏତେ ରାଗି ଯାଇଥିଲେ ଯେ, ସେ ରବିନାଙ୍କର ମାନସିକ ଅବସ୍ଥାକୁ ନେଇ ପ୍ରଶ୍ନ ଉଠାଇଥିଲେ। ରବିନା ରାଜି ହେଲେ ସେ ତାଙ୍କୁ ନେଇ ମାନସିକ ଡାକ୍ତରଙ୍କ ପାଖକୁ ଯିବାକୁ ପ୍ରସ୍ତୁତ ବୋଲି ଏକ ସାକ୍ଷାତ୍‌କାରରେ କହିଥିଲେ ଅଜୟ। ତେବେ ଦୁହିଁଙ୍କ ଭିତରୁ କାହା କଥା ସତ ତାହା ଏବେ ବି ଅସ୍ପଷ୍ଟ।

ସମ୍ବନ୍ଧିତ ଖବର