ଜଣେ ପକେଟ୍‌ମାରର କାହାଣୀ ଉପରେ ପର୍ଯ୍ୟବେସିତ ଓଡ଼ିଆ ଚଳଚ୍ଚିତ୍ର ‘ଘରବାହୁଡ଼ା’

ଇଂରାଜୀରେ ଗୋଟେ କଥା ଅଛି- ‘ଗଡ୍ ସିଜ୍ ଦ ଟ୍ରୁଥ୍ ବଟ୍ ୱେଟ୍’। ଭଗବାନ ସବୁକଥାକୁ ଦେଖୁଥାନ୍ତି କିନ୍ତୁ ତାଙ୍କ ନିର୍ଣ୍ଣୟ ଓ ନିଷ୍ପତ୍ତିକୁ ଅପେକ୍ଷା କରିବାକୁ ପଡ଼େ। ଦିନେ ନାହିଁ ଦିନେ ଚୋର ଧାରାପଡ଼ିଥାଏ। ଏଭଳି ଏକ ସାରାଂଶକୁ ନେଇ ଚଳଚ୍ଚିତ୍ର ‘ଘରବାହୁଡ଼ା’ର କାହାଣୀ ପର୍ଯ୍ୟବସିତ।

ଜଣେ ବେକାର ଯୁବକ ବସ୍‌ରେ ଯାଉଥିବାବେଳେ ଜଣେ ଅମାୟିକ ବ୍ୟକ୍ତିଙ୍କ ପର୍ସ ଚୋରେଇ ଆଣନ୍ତି। ସେହିଦିନଠାରୁ ତାଙ୍କ ମାନସିକତାରେ ପକେଟ୍‌ମାର ବସାବାନ୍ଧେ। ସେ ଏହାକୁ ରୋଜଗାରର ପନ୍ଥା ଭାବେ ଗ୍ରହଣ କରନ୍ତି। ପକେଟ୍‌ମାର ପଇସାରେ ସେ ନିଜର ସବୁକିଛି ଉନ୍ନତିମୂଳକ କାମ କରନ୍ତି। ଜଣେ ସୁନ୍ଦରୀ ଝିଅକୁ ବାହା ହୁଅନ୍ତି। ବେଶ୍ ହସଖୁସିରେ ସଂସାର ଚାଲେ। କିଛିଦିନ ପରେ ତାଙ୍କର ପିଲାଟିଏ ହୁଏ। ହେଲେ ସେତେବେଳେ ସେ ଦୂରରେ ଥାଆନ୍ତି। ମେଡିକାଲ୍‌ରେ ପଇସା ପୈଠ ନ କରି ପାରିବାରୁ ପିଲାଟି ନଷ୍ଟ ହେଇଯାଏ। ସେତେବେଳେ ତାଙ୍କର ଚେତା ଆସେ କି ସାଧାରଣ ଲୋକଙ୍କଠାରୁ ଟଙ୍କା ଚୋରାଇବାରେ ନିଜର କେତେ କ୍ଷତି ହୁଏ। ପରେ ସେ ପକେଟ୍‌ମାର କାମ ଛାଡ଼ି ଜଳଖିଆ ଦୋକାନଟିଏ ଦିଅନ୍ତି। ଏଥିପାଇଁ ସମ୍ଭବତଃ ସିନେମା କାହାଣୀର ନାଁ ରହିଛି ‘ଘରବାହୁଡ଼ା’। କଞ୍ଚାଲଙ୍କା ଆପରେ ପ୍ରଦର୍ଶିିତ ଏଇ ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଅଛନ୍ତି ହାସ୍ୟାଭିନେତା ପପୁ ପମ୍‌ପମ୍‌, ପ୍ରଦ୍ୟୁମ୍ନ ଲେଙ୍କା, ରାଜୀବଲୋଚନ ଓଝା, ଶଙ୍କର ପ୍ରଧାନ, ସୁଇଟି, କାଞ୍ଚନ ଓ ଐଶ୍ବର୍ଯ୍ୟା।

ସମ୍ବନ୍ଧିତ ଖବର