ଡବଲ ରୋଲରେ ରଣବୀର କରିବେ ଡବଲ ମନୋରଞ୍ଜନ, ଦୀପିକା ଦେବେ ସରପ୍ରାଇଜ

ନୂଆଦିଲ୍ଲୀ: ୨୦୨୨ ଶେଷ ହେବା ପୂର୍ବରୁ ରୋହିତ ସେଟ୍ଟୀ ନିଜର ନୂଆ ସିନେମା ଜରିଆରେ ଧମାକା କରିଛନ୍ତି। ଏହିବର୍ଷର ମୋଷ୍ଟ ଏଣ୍ଟରଟେନିଙ୍ଗ ସିନେମା ‘ସର୍କସ’ର ଟ୍ରେଲର ରିଲିଜ ହୋଇଛି। କମେଡି ଓ କୌତୁକିଆ ସଂଳାପରେ ‘ସର୍କସ’ର ଟ୍ରେଲର  ଭର୍ତ୍ତି ରହିଛି। ରଣବୀର ସିଂହ ଏହି ସିନେମା ଜରିଆରେ ଧମାଲ କରିବାକୁ ପୂରା ପ୍ରସ୍ତୁତ ଅଛନ୍ତି।

‘ସର୍କସ’ରେ ରଣବୀରଙ୍କ ବ୍ୟତୀତ ବଲିଉଡ ବ୍ୟୁଟି କୁଇନ ଜ୍ୟାକଲିନ୍ ଫଡର୍ଣ୍ଣାଡିସ୍ ଓ ପୂଜା ହେଗଡେଙ୍କ ଭୂମିକା ବହୁତ ମଜାଳିଆ ରହିଛି, ଯାହାକୁ ଦର୍ଶକ ବେଶ ପସନ୍ଦ ବି କରିବେ ବୋଲି କୁହାଯାଉଛି। ରଣବୀର ସିଂହଙ୍କୁ ଆକସନରୁ ନେଇ କମେଡି ପର୍ଯ୍ୟନ୍ତ ଅନେକ ଅବତାରରେ ଦେଖିବାକୁ ମିଳିଛି। କିନ୍ତୁ ଏହି ସିନେମାରେ ରଣବୀର ନିଜର ନୂଆ ଅବତାରରେ ଆପଣଙ୍କର ମନୋରଞ୍ଜନ କରିବାକୁ ପୂରା ପ୍ରସ୍ତୁତ ଅଛନ୍ତି।

ରଣବୀର ସିଂହ ନିଜର ସିନେମା ‘ସର୍କସ’ ଜରିଆରେ ଦର୍ଶକଙ୍କୁ ଏକ ସ୍ବତନ୍ତ୍ର ଉପହାର ଦେବାକୁ ଯାଉଛନ୍ତି। ରୋହିତ ସେଟ୍ଟୀଙ୍କ ସିନେମା ସର୍କସ ଖ୍ରୀଷ୍ଟମାସ ଅବସରରେ ରିଲିଜ ହେଉଛି। ସିନେମା ୨୩ ଡିସେମ୍ବରରେ ପ୍ରେକ୍ଷାଳୟକୁ ଆସିବ । ‘ସର୍କସ’ ସିନେମା ସହିତ ଦର୍ଶକଙ୍କ ଖ୍ରୀଷ୍ଟମାସ ଓ ନୂଆବର୍ଷର ଡବଲ ସେଲିବ୍ରେସନ ହେବାକୁ ଯାଉଛି। ଟ୍ରେଲର ଦେଖିବା ପରେ ସିନେମା ଦେଖିବାକୁ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ଭରି ରହିଛି। ସିନେମାର ବିଶେଷ ଆକର୍ଷଣ ହେଉଛି ରଣବୀରଙ୍କ ଡବଲ ରୋଲ।

 

ସମ୍ବନ୍ଧିତ ଖବର