ଅଶାଳୀନ ଗୀତରେ ମଞ୍ଚ ଉପରେ କନ୍ୟାର ହାତ ଧରି ନାଚିଲେ ବର

ନୂଆଦିଲ୍ଲୀ: ପ୍ରତ୍ୟେକ ପୁଅ-ଝିଅଙ୍କ ପାଇଁ ବିବାହ ଖୁବ୍ ମହତ୍ବ ରଖିଥାଏ। ସମସ୍ତେ ଏହି ଦିନକୁ ନିଜ ନିଜ ତରିକାରେ ସ୍ବତନ୍ତ୍ର ବନାଇବାକୁ ଚାହିଁଥାନ୍ତି। ମାତ୍ର କିଛି ଲୋକ ନିଜ ବିବାହରେ ଏତେ ଖୁସି ଖାଆନ୍ତି ଯେ ତାହା ସେମାନଙ୍କ ଆଚରଣରୁ ଜଣା ପଡ଼ି ଯାଇଥାଏ। ଆମେ ଆଜି ଆପଣଙ୍କୁ କହିବୁ ସେହିପରି ଜଣେ ବରଙ୍କ ବିଷୟରେ। ଯିଏକି ନିଜ ବିବାହରେ ଛପରଫାଡ୍‌ ନାଚ ନାଚି ସଭିଙ୍କୁ ଚକିତ କରି ଦେଇଛନ୍ତି। ବର ଜଣକ ମଣ୍ଡପରେ ବିନ୍ଦାସ ନାଚୁଥିବା ବେଳେ ତାଙ୍କୁ ଆଶ୍ଚର୍ଯ୍ୟ ହୋଇ ଅନେଇ ରହିଥିଲେ କନ୍ୟା। କନ୍ୟାଙ୍କ ଆଶ୍ଚର୍ଯ୍ୟ ହେବାର କାରଣ ହେଉଛି ବର ଯେଉଁ ଗୀତରେ ନୃତ୍ୟ ପ୍ରଦର୍ଶନ କରୁଥିଲେ ସେଥିରେ ଏକ ଅଶାଳୀନ ଭାଷା ବ୍ୟବହାର ହୋଇଥିଲା।

ବିବାହର ଅନେକ ଭିଡିଓ ସୋସିଆଲ୍‌ ମିଡଆରେ ଭାଇରାଲ୍‌ ହୋଇ ଚାଲିଥିବା ବେଳେ ଏହି ଭିଡିଓଟି କେଉଁ ଅଞ୍ଚଳର ତାହା ସ୍ପଷ୍ଟ ହୋଇ ନାହିଁ। ଏହା ମଧ୍ୟ ସେହି ଭାଇରାଲ୍‌ଗୁଡ଼ିକ ମଧ୍ୟରୁ ଗୋଟାଏ। ତେବେ ଭିଡିଓରେ ସ୍ପଷ୍ଟ ଭାବେ ଦେଖି ହେଉଛି ଯେ ବରଙ୍କର ଏପରି ଆଚରଣରେ ଆଦୌ ବି ଖୁସି ନାହାନ୍ତି କନ୍ୟା।

 

 

View this post on Instagram

 

A post shared by Ansh Srivastava (@anshsriva)

ଏହି ଭିଡିଓକୁ ଦେଖିବା ପରେ ଜଣେ ବ୍ୟବହାରକାରୀ ସେହି ‌ଭିଡିଓ ତଳେ ପୋଷ୍ଟ୍‌ କରିଛନ୍ତି, ‘ଝିଅଟି ଭାବୁଥିବ, ମୁଁ କାହାକୁ ବାହା ହୋଇଗଲି!’ ଅନ୍ୟ ଜଣେ ବ୍ୟବହାରକାରୀ ଲେଖିଛନ୍ତି, ‘ଝିଅଟି ଶକ୍ତ ଧକ୍କା ପାଇଛି, ସେ କାଲି ସକାଳେ ହିଁ ଛାଡ଼ପତ୍ର ଦେବ।’ ସେହିପରି ଆଉ ଜଣେ ବ୍ୟବହାରକାରୀ ଲେଖିଥିବାର ଦେଖିବାକୁ ମିଳିଛି ଯେ ‘ଏପରି ନାଚ ଦେଖି କନ୍ୟାର ପିତା ତ ବୋହୋସ ହୋଇଯାଇଥିବେ?’

ସମ୍ବନ୍ଧିତ ଖବର