ରିକି ପଣ୍ଟିଂଙ୍କ ଛାତିରେ ଯନ୍ତ୍ରଣା, ହସପିଟାଲରେ ଭର୍ତ୍ତି

ପର୍ଥ : ଅଷ୍ଟ୍ରେଲିଆର ମହାନ କ୍ରିକେଟ୍ ଖେଳାଳି ରିକି ପଣ୍ଟିଂଙ୍କ ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ତୁରନ୍ତ ହସପିଟାଲରେ ଭର୍ତ୍ତି କରାଯାଇଛି । ତେବେ ତାଙ୍କର ସ୍ବାସ୍ଥ୍ୟାବସ୍ଥା ସଂପର୍କରେ ଏପର୍ଯ୍ୟନ୍ତ ହସପିଟାଲ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ ।

ପର୍ଥଠାରେ ଚାଲିଥିବା ଅଷ୍ଟ୍ରେଲିଆ-ଓ୍ବେଷ୍ଟ ଇଣ୍ଡିଜ୍ ଟେଷ୍ଟ ମ୍ୟାଚ ବେଳେ ରିକି ପଣ୍ଟିଂ କମେଣ୍ଟ୍ରି କରୁଥିଲେ । ପୂର୍ବତନ ଅଷ୍ଟ୍ରେଲିଆ ଖେଳାଳି ଜଷ୍ଟିନ ଲାଙ୍ଗର ଓ ମାଥ୍ୟୁ ହେଡେନଙ୍କ ମିଶି ସେ ଚ୍ୟାନେଲ-୭ ପକ୍ଷରୁ ସେ କମେଣ୍ଟ୍ରି କରୁଥିଲେ । ତେବେ ମଧ୍ୟାହ୍ନ ଭୋଜନ ପରେ ହଠାତ ସେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ଏହା ପରେ ତାଙ୍କୁ ତୁରନ୍ତ ହସପିଟାଲକୁ ନିଆଯାଇଥିଲା । ସେଠାରେ ତାଙ୍କର ଚିକିତ୍ସା ଚାଲିଛି ।

ରିକିଙ୍କୁ ହସପିଟାଲ ନିଆଯିବା ପରେ ଚ୍ୟାନେଲ-୯ ପକ୍ଷରୁ ଘୋଷଣା କରାଯାଇଥିଲା ଯେ ସେ ମ୍ୟାଚର ଅବଶିଷ୍ଟ ଖେଳର ଧାରା ବିବରଣୀ ପାଇଁ ଉପଲବ୍ଧ ହେବେ ନାହିଁ ।

ରିକି ପଣ୍ଟିଂ କେବଳ ଅଷ୍ଟ୍ରେଲିଆ ନୁହେଁ, ସମଗ୍ର ବିଶ୍ବ କ୍ରିକେଟରେ ଜଣେ ସର୍ବକାଳୀନ ମହାନ ଖେଳାଳି ଭାବେ ପରିଚିତ । ତାଙ୍କ ନେତୃତ୍ବରେ ଅଷ୍ଟ୍ରେଲିଆ ବିଶ୍ବ ବିଜୟୀ ହୋଇଥିଲା ଓ ଅପରାଜେୟ ରହିଥିଲା । ଅଷ୍ଟ୍ରେଲିଆ ପାଇଁ ୧୬୮ଟି ଟେଷ୍ଟ ଖେଳିଥିବା ରିକି  ୨୦୧୨ରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଗ୍ରହଣ କରିଥିଲେ । ତାଙ୍କ ଅଧିନାୟକତ୍ବରେ ଅଷ୍ଟ୍ରେଲିଆ ୭୭ଟି ଟେଷ୍ଟ ଖେଳି ୪୮ରେ ବିଜୟ ହାସଲ କରିଥିଲା ।

 

 

ସମ୍ବନ୍ଧିତ ଖବର