ଅନୁଷ୍କା ଶର୍ମାଙ୍କ ଭାଇଙ୍କୁ ଡେଟ କରୁଛନ୍ତି ଏହି ଅଭିନେତ୍ରୀ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ତୃପ୍ତି ଡିମ୍ରି ସୋସିଆଲ ମିଡିଆରେ ନିଜର ପ୍ରେମ ସମ୍ପର୍କକୁ ସର୍ବସାଧାରଣରେ ଘୋଷଣା କରିଛନ୍ତି। ଏହି ଅଭିନେତ୍ରୀ ବଲିଉଡ ହିରୋଇନ୍ ଅନୁଷ୍କା ଶର୍ମାଙ୍କ ଭାଇଙ୍କୁ ଡେଟ୍ କରୁଛନ୍ତି। ସେ ଇନଷ୍ଟାଗ୍ରାମରେ ଚଳଚ୍ଚିତ୍ର ନିର୍ମାତା କର୍ଣ୍ଣେଶ ଶର୍ମାଙ୍କ ସହ ଏକ ରୋମାଣ୍ଟିକ ଫଟୋ ସେୟାର କରି ଉଡା ଖବରକୁ ନିଶ୍ଚିତ କରିଛନ୍ତି। କିଛି ବର୍ଷ ଧରି ତୃପ୍ତି ଏବଂ କର୍ଣ୍ଣେଶଙ୍କ ମଧ୍ୟରେ ଡେଟିଂ ଚାଲିଥିବାର ଗୁଜବ ଜୋର ଧରିଥିଲା | କିନ୍ତୁ ଦୁହେଁ ଏନେଇ ମୁହଁ ଖୋଲିନଥିଲେ | କିନ୍ତୁ ତୃପ୍ତି ଏବେ ଇନଷ୍ଟାଗ୍ରାମରେ କର୍ଣ୍ଣେଶ ଶର୍ମାଙ୍କ ସହ ଏକ ଫଟୋ ପୋଷ୍ଟ କରି ଏହାକୁ ନିଶ୍ଚିତ କରିଛନ୍ତି। ଶୁକ୍ରବାର ରାତିରେ ଉଭୟ ତୃପ୍ତି ଏବଂ କର୍ଣ୍ଣେଶ ଇନଷ୍ଟାଗ୍ରାମ ଷ୍ଟୋରୀରେ ଚଳଚ୍ଚିତ୍ର ନିର୍ମାତା ସୌରଭ ମଲହୋତ୍ରାଙ୍କ ଦ୍ୱାରା କ୍ଲିକ୍ ହୋଇଥିବା ଏକ ଫଟୋ ସେୟାର କରିଛନ୍ତି। ଫଟୋରେ ଦୁହେଁ ପରସ୍ପରକୁ ଆଲିଙ୍ଗନ କରୁଥିବା ଦେଖିବାକୁ ମିଳିଛି |

ସୂଚନା ଥାଉ କି ଯେ କର୍ଣ୍ଣେଶ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ଭାଇ। କର୍ଣ୍ଣେଶ ତୃପ୍ତିଙ୍କ ଡେବ୍ୟୁ ଫିଲ୍ମ ‘ବୁଲବୁଲ’ ତଥା ତାଙ୍କର ସଦ୍ୟତମ ଚଳଚ୍ଚିତ୍ର ‘କାଲା’ ମଧ୍ୟ ନିର୍ମାଣ କରିଥିଲେ। ଉଭୟ ଚଳଚ୍ଚିତ୍ର ନେଟଫ୍ଲିକ୍ସରେ ମୁକ୍ତିଲାଭ କରିଥିଲା। ତୃପ୍ତି ୨୦୧୭ରେ ‘ପୋଷ୍ଟର ବଏଜ’ ମାଧ୍ୟମରେ ବଲିଉଡରେ ଡେବ୍ୟୁ କରିଥିଲେ। ଯଦିଓ ସେ ଫିଲ୍ମ ‘ଲୈଲା ମଜନୁ’ରୁ ସୁନାମ ଅର୍ଜନ କରିଥିଲେ | ଖବର ଅନୁଯାୟୀ, ତୃପ୍ତି ଏବଂ କର୍ଣ୍ଣେଶ ‘ବୁଲବୁଲ’ର ସେଟରେ ଡେଟିଂ ଆରମ୍ଭ କରିଥିଲେ।

ସମ୍ବନ୍ଧିତ ଖବର