ଜାନୁଆରି ୧ରୁ ଗରିବଙ୍କୁ ମାଗଣା ଖାଦ୍ୟଶସ୍ୟ ଯୋଗାଇବ କେନ୍ଦ୍ର

ନୂଆଦିଲ୍ଲୀ : ଆସନ୍ତା କାଲି ଅର୍ଥାତ୍ ଜାନୁଆରି ପହିଲାରୁ ଦେଶରେ ଲାଗୁ ହେବ ସମନ୍ବିତ ଖାଦ୍ୟ ସୁରକ୍ଷା ସ୍କିମ୍ । ଏହା ମାଧ୍ୟମରେ ଦେଶ ପ୍ରାୟ ୮୧.୩ କୋଟି ଲୋକଙ୍କୁ ଏକ ବର୍ଷ ପାଇଁ ମାଗଣା ଖାଦ୍ୟଶସ୍ୟ ଯୋଗାଇ ଦିଆଯିବ ।

ଗତ ୨୩ ଡିସେମ୍ବରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ସମ୍ପର୍କରେ ମଧ୍ୟ ଏକ ବଡ଼ ନିଷ୍ପତ୍ତି ନିଆଯାଇଥିଲା । ଏହି ଆଇନ ଅନୁଯାୟୀ, ୨୦୨୩ ପର୍ଯ୍ୟନ୍ତ ୮୧.୩ କୋଟି ଗରିବ ଲୋକଙ୍କୁ ଏକ ବର୍ଷ ପାଇଁ ମାଗଣା ଖାଦ୍ୟଶସ୍ୟ ଦିଆଯିବ ।  ଜାତୀୟ ଖାଦ୍ୟ ସୁରକ୍ଷା ଅଧିନିୟମ ଅନୁଯାୟୀ ଗରିବମାନଙ୍କୁ ମାଗଣା ରେସନ ଦେବା ପାଇଁ ପ୍ରାୟ ୨ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହେବ, ଏହାର ବୋଝ କେନ୍ଦ୍ର ସରକାର ବହନ କରିବେ।

କେନ୍ଦ୍ର ଖାଦ୍ୟ ଏବଂ ସାର୍ବଜନୀନ ବଣ୍ଟନ ମନ୍ତ୍ରୀ ପୀୟୂଷ ଗୋୟଲ କହିଛନ୍ତି ଯେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅନୁଯାୟୀ ସରକାର କିଲୋଗ୍ରାମ ପିଛା ୩ ଟଙ୍କା, ଗହମ କିଲୋଗ୍ରାମ ପିଛା ୨ ଟଙ୍କା ଏବଂ କିଲୋଗ୍ରାମ ପିଛା ୧ ଟଙ୍କା ରେ ମୋଟା ଶସ୍ୟ ପ୍ରଦାନ କରନ୍ତି। ସରକାର ନିଷ୍ପତ୍ତି ନେଇଛନ୍ତି ଯେ ଡିସେମ୍ବର ୨୦୨୩ ସୁଦ୍ଧା ଏହା ସମ୍ପୂର୍ଣ୍ଣ ମାଗଣା ରେ ରହିବ। ଏହା ଦ୍ୱାରା ୮୧.୩୫ କୋଟି ଲୋକ ଉପକୃତ ହେବେ ।

ସମ୍ବନ୍ଧିତ ଖବର