ମମତା ବାନାର୍ଜୀଙ୍କୁ ଆଇନଗତ ନୋଟିସ ପଠାଇଲେ ବିବେକ ଅଗ୍ନିହୋତ୍ରୀ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଆଇନଗତ ନୋଟିସ ପଠାଇଲେ ଚଳଚ୍ଚିତ୍ର ନିର୍ମାତା ବିବେକ ଅଗ୍ନିହୋତ୍ରୀ। ଫିଲ୍ମ ‘ଦି କେରଳ ଷ୍ଟୋରୀ’ର ପ୍ରଦର୍ଶନ ଉପରେ ପ୍ରତିବନ୍ଧକ ଲଗାଇ ଦିଦି ‘ଦ କଶ୍ମୀର ଫାଇଲ୍ସ’କୁ ନେଇ ଯେଉଁ ବିବାଦୀୟ ବୟାନ ଦେଇଥିଲେ, ସେଥିପାଇଁ ବିବେକ ଅଗ୍ନିହୋତ୍ରୀ ତାଙ୍କୁ ନୋଟିସ ପଠାଇଛନ୍ତି। ମମତା ବାନାର୍ଜୀ କହିଥିଲେ ଯେ କଶ୍ମୀର ଫାଇଲ୍ସ ଏବଂ ନିକଟରେ ମୁକ୍ତିଲାଭ କରିଥିବା ‘ଦି କେରଳ ଷ୍ଟୋରୀ’ ଭଳି ଚଳଚ୍ଚିତ୍ରରେ ସମାଜର ଏକ ନିର୍ଦ୍ଦିଷ୍ଟ ବିଭାଗକୁ ଅପମାନିତ କରାଯାଇଛି।

ଆଇନଗତ ନୋଟିସ ପଠାଇଥିବା ନେଇ ବିବେକ ଅଗ୍ନିହୋତ୍ରୀ ଟ୍ବିଟ କରି ଜଣାଇଛନ୍ତି। ତେବେ କୋଲକାତାର ରାଜ୍ୟ ସଚିବାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ମମତା ବାନାର୍ଜୀ କହିଥିଲେ, “ଦ କଶ୍ମୀର ଫାଇଲ୍ସ କ’ଣ? ଏହା ହେଉଛି ଗୋଟିଏ ବିଭାଗକୁ ଅପମାନିତ କରିବା ଭଳି କାହାଣୀ। ‘ ଦି କେରଳ ଷ୍ଟୋରୀ କ’ଣ? ଏହା ଏକ ଭୁଲ ତଥ୍ୟ ଥିବା କାହାଣୀ। ମିଥ୍ୟା ଏବଂ ଭୁଲ କାହାଣୀ ସହିତ ବଙ୍ଗାଲ୍ ଫାଇଲ୍ସ ଫିଲ୍ମ ନିର୍ମାଣ କରିବାକୁ ବିଜେପି ସରକାର ଚଳଚ୍ଚିତ୍ର ନିର୍ମାତାଙ୍କୁ ଟଙ୍କା ଦେଉଛନ୍ତି। ବିଜେପି ‘ଦି କେରଳ ଷ୍ଟୋରୀ’ ନାମକ ଏକ ଫିଲ୍ମ ଦେଖାଉଛି, ଯାହାର କାହାଣୀରେ କୌଣସି ସତ୍ୟତା ନାହିଁ। କିଛି ଦିନ ପୂର୍ବରୁ ବିଜେପି ଦ୍ୱାରା ପଠାଯାଇଥିବା କଳାକାରମାନେ ପଶ୍ଚିମବଙ୍ଗକୁ ଆସିଥିଲେ। ସେମାନେ ଏବେ ଏକ ମିଥ୍ୟା ଏବଂ ଭୁଲ କାହାଣୀକୁ ନେଇ ଫିଲ୍ମ ବଙ୍ଗାଲ୍ ଫାଇଲ୍ସ ନିର୍ମାଣ ପାଇଁ ପ୍ରସ୍ତୁତ ହେଉଥିବା ଆମେ ଜାଣିବାକୁ ପାଇଛୁ।

ସମ୍ବନ୍ଧିତ ଖବର