ଝାରସୁଗୁଡ଼ାରେ କଂଗ୍ରେସ ନିର୍ବାଚନ ଜିତିବାର ଆଶା କିଛି ଦଳୀୟ ନେତା ଧୂଳିସାତ କରିବାକୁ ଚେଷ୍ଟା କରିଛନ୍ତି: ସୁରେଶ ମହାପାତ୍ର

କଟକ: କଂଗ୍ରେସ କନ୍ଦଳ କ୍ରମେ ତୀବ୍ର ହେବାରେ ଲାଗିଛି। ସୋମବାର ଜୟଦେବ ଭବନରେ କଂଗ୍ରେସର ଏକ ବୈଠକରେ କିଛି ଦଳୀୟ ନେତା ଖୋଦ୍ ନିଜ ଦଳର ଦୋଷ ଦୁର୍ବଳତାକୁ ସର୍ବସମ୍ମୁଖରେ ବଖାଣିବା ପରେ ଏହି ପ୍ରସଙ୍ଗରେ ଆଜି କଟକ ନଗର କଂଗ୍ରେସ୍ ଏକ ସାମ୍ୱାଦିକ ସମ୍ମିଳନୀ ଡାକି ବୈଠକଟି ସମ୍ପୂର୍ଣ୍ଣ ଭାବେ ପ୍ରାୟୋଜିତ ଥିଲା ବୋଲି କହିଛି। ପିସିସି କାର୍ଯ୍ୟକାରୀ କମିଟି ସଦସ୍ୟ ତଥା ନଗର କଂଗ୍ରେସ୍ ସଭାପତି ସୁରେଶ ମହାପାତ୍ର ଏହା କହିଛନ୍ତି। ବାରବାଟୀ କଟକ ବିଧାୟକ ତଥା କଂଗ୍ରେସ ନେତା ମହମ୍ମଦ ମୋକିମ୍ ଓ ତାଙ୍କ ଭଳି କିଛି ନେତା ଏଭଳି ସଭାର ଆୟୋଜନ କରି ଜାଣିଶୁଣି ସେଠାରେ ଦଳ ଓ ଦଳର ନେତୃତ୍ବକୁ ସମାଲୋଚନା କରିଥିଲେ। ଏଭଳି କରି ଏହି କଂଗ୍ରେସ ନେତାମାନେ ଝାରସୁଗୁଡ଼ା ଉପନିର୍ବାଚନରେ ଦଳର ସମ୍ଭାବନାକୁ କ୍ଷତି ପହଞ୍ଚାଇବାକୁ ଚେଷ୍ଟା କରିଛନ୍ତି। ଝାରସୁଗୁଡ଼ାରେ କଂଗ୍ରେସ ଜିତିବାର ସମ୍ଭାବନା ଥିଲା, ମାତ୍ର କିଛି ଦଳୀୟ ନେତା ସେ ସମ୍ଭାବନାକୁ ଧୂଳିସାତ କରିବାକୁ ଚେଷ୍ଟା କରିଛନ୍ତି। ଏ‌ହି ଭଳି କିଛି ନେତା ଦଳରେ ଥାଇ କଂଗ୍ରେସକୁ ତଳିତଳାନ୍ତ କରିବାକୁ ବାରମ୍ବାର ଯୋଜନା କରୁଛନ୍ତି।

ତେବେ ଝାରସୁଗୁଡା ନିର୍ବାଚନରେ କଂଗ୍ରେସକୁ ଧୂଳିସାତ କରିବାକୁ ଚକ୍ରାନ୍ତ। ସରକାରୀ ଦଳ ପ୍ରୋତ୍ସାହନରେ ଦଳ ଭିତରେ ରହି ଦଳ ବିରୋଧୀ କାର୍ଯ୍ୟକ୍ରମ ଚାଲିଛି। ଏଭଳି କିଛି ଚାଞ୍ଚଲ୍ୟକର ବୟାନ ରଖିଛନ୍ତି ନଗର କଂଗ୍ରେସ ସଭାପତି ଶ୍ରୀ ମହାପାତ୍ର। କଂଗ୍ରେସର ପୁରୁଖା ନେତା ଜାନକୀ ବଲ୍ଲଭ ପଟ୍ଟନାୟକ ଓ ବସନ୍ତ ବିଶ୍ୱାଳଙ୍କ ନୀତି ଆଦର୍ଶ ଆଳରେ କଂଗ୍ରେସକୁ ଧୂଳିସାତ କରାଯିବାକୁ ଉଦ୍ୟମ ହୋଇଛି। ଏଥିରେ ଯିଏ ଆୟୋଜକ ଥିଲେ ଓ ଭାଗ ନେଇଥିଲେ ସେମାନେ ଝାରସୁଗୁଡା ନିର୍ବାଚନରେ କଂଗ୍ରେସର ପତନ ଆଶା ରଖି ଏଭଳି ହୀନ ମାନସିକତା ଦେଖାଇଛନ୍ତି। ଯେଉଁମାନେ ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ସେମାନେ ବିଗତ ଦିନରେ ଦଳରେ ବହୁ ପଦପଦବୀରେ ଥିଲେ। ବର୍ତ୍ତମାନ ପଦ ପଦବି ହରାଇବା ପରେ ଏଭଳି ହୀନ କାର୍ଯ୍ୟ କରୁଛନ୍ତି,। ଯାହାର ନକରାତ୍ମକ ପ୍ରଭାବ ଝାରସୁଗୁଡା ଉପନିର୍ବାଚନ ଉପରେ ପଡିବ। ଆଗାମୀ ଦିନରେ ଏଭଳି ଦଳ ବିରୋଧୀମାନଙ୍କୁ ଉପଯୁକ୍ତ ଜବାବ ଦିଆଯିବ ବୋଲି ଶ୍ରୀ ମହାପାତ୍ର ଦୃଢୋକ୍ତି ବାଢ଼ିଛନ୍ତି।

ତେବେ ଗତ ଏକ ବର୍ଷ ଧରି କଂଗ୍ରେସର କୌଣସି କାର୍ଯ୍ୟକ୍ରମରେ ମୋକିମ ଆସୁ ନାହାନ୍ତି। ସେ ଦଳରେ ଅଛନ୍ତି କି ନାହିଁ ତାହା ବି ଜଣାନାହିଁ। ତେଣୁ ସେ ରାଷ୍ଟ୍ରପତିଙ୍କୁ ଭୋଟ ଦେବା ଦିନଠୁ ଏଭଳି ସ୍ଥିତି ସୃଷ୍ଟି ହୋଇଛି। ତେବେ ଆଗାମୀ ଦିନରେ ଏହି ଦିଗରେ ଦଳର ହାଇକମାଣ୍ଡ ଅନେକ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବେ।

ସମ୍ବନ୍ଧିତ ଖବର