ଖଡଗେଙ୍କୁ ହତ୍ୟା ଧମକ ଅଭିଯୋଗରେ ବିଜେପି ପ୍ରାର୍ଥୀଙ୍କ ବିରୋଧରେ ମାମଲା ରୁଜୁ

ଜୟପୁର/ ନୂଆଦିଲ୍ଲୀ: କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କ ବିରୋଧରେ ଦେଇଥିବା ମନ୍ତବ୍ୟ ପାଇଁ ରାଜସ୍ଥାନ ପୁଲିସ ଆଗାମୀ କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି (ବିଜେପି) ପ୍ରାର୍ଥୀ ମଣିକାନ୍ତ ରାଠୋର ଏବଂ ରାଜସ୍ଥାନର ବିଜେପି ବିଧାୟକ ମଦନ ଦିଲାୱାରଙ୍କ ବିରୋଧରେ ହତ୍ୟା ଏବଂ ଅପରାଧିକ ଧମକ ଦେବା ଅଭିଯୋଗରେ ମାମଲା ରୁଜୁ କରିଛି।

କଂଗ୍ରେସ ରାଜ୍ୟ ସମ୍ପାଦକ ରାମ ସିଂ କସୱାନଙ୍କ ଅଭିଯୋଗ କ୍ରମେ ଜୟପୁରର ସଞ୍ଜୟ ସର୍କଲ ଥାନାରେ ଏହି ଏତଲା ରୁଜୁ ହୋଇଛି।

କୋତୱାଲି ଏସିପି ନରେନ୍ଦ୍ର କୁମାରଙ୍କ କହିବା ଅନୁଯାୟୀ, ଆଗାମୀ କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ବିଜେପି ରାମଗଞ୍ଜ ମଣ୍ଡି ବିଧାୟକ ମଦନ ଦିଲାୱାର ଏବଂ ବିଜେପି ପ୍ରାର୍ଥୀ ମଣିକାନ୍ତ ରାଠୋରଙ୍କ ବିରୋଧରେ ଏଫଆଇଆର ରୁଜୁ ହୋଇଛି। ତେବେ, ଅନ୍ୟତମ ଅଭିଯୁକ୍ତ ମଦନ ଦିଲାଓ୍ଵାର ବର୍ତ୍ତମାନ ଜଣେ ବିଧାୟକ ଥିବାରୁ ସିବି-ସିଆଇଡି ଏହି ମାମଲାର ତଦନ୍ତ କରିବ ବୋଲି ମାମଲାର ତଦନ୍ତକାରୀ ଅଧିକାରୀ କୁମାର କହିଛନ୍ତି।

ଏତଲା ଅନୁଯାୟୀ, ଏହି ଦୁଇ ଜଣଙ୍କ ବିରୋଧରେ ଆଇପିସିର ଧାରା ୩୦୨ (ହତ୍ୟା), ୫୦୬ (ଅପରାଧିକ ଧମକ) ଏବଂ ଏସସି/ଏସଟି ଆକ୍ଟ ଧାରା ଅନୁଯାୟୀ ମାମଲା ରୁଜୁ କରାଯାଇଛି। କାସୱାନ ତାଙ୍କ ଅଭିଯୋଗରେ କହିଛନ୍ତି ଯେ ଅପରାଧ କରିବା ଜରୁରୀ ନୁହେଁ, ଏପରିକି ଷଡ଼ଯନ୍ତ୍ର କରିବା ମଧ୍ୟ ଯଥେଷ୍ଟ। କଂଗ୍ରେସ ମେ ୬ ତାରିଖରେ କଲବୁର୍ଗି ଜିଲ୍ଲାର ଚିତ୍ତପୁର ନିର୍ବାଚନ ମଣ୍ଡଳୀର ବିଜେପି ପ୍ରାର୍ଥୀ ମଣିକାନ୍ତ ରାଠୋରଙ୍କ ଏକ ଅଡିଓ ସେୟାର କରିଥିଲା, ଯେଉଁଥିରେ ସେ କନ୍ନଡ ଭାଷାରେ କହୁଥିବା ଶୁଣିବାକୁ ମିଳିଥିଲା ଯେ ସେ ଖଡଗେ, ତାଙ୍କ ପତ୍ନୀ ଏବଂ ପିଲାମାନଙ୍କୁ ନିପାତ କରିଦେବେ।

ସମ୍ବନ୍ଧିତ ଖବର