ମୁମ୍ବାଇରେ ୩.୫ତୀବ୍ରତାର ମୃଦୁ ଭୂମିକମ୍ପ ଅନୁଭୂତ

ମୁମ୍ବାଇ: ଆଜି ମୁମ୍ବାଇର ୯୮ କିଲୋମିଟର ଉତ୍ତରରେ ୩.୫ ତୀବ୍ରତାର ମୃଦୁ ଭୂକମ୍ପ ଅନୁଭୂତ ହୋଇଛି। ଏ ନେଇ ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି (ଏନସିଏସ୍) ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଭୂକମ୍ପ ପରେ କେହି ମୃତାହାତ ହୋଇଛନ୍ତି କି ନାହିଁ, ସେ ନେଇ ଖବର ମିଳିପାରିନାହିଁ। ଏହାପୂର୍ବରୁ ସେପ୍ଟେମ୍ବର ୫ରେ ମୁମ୍ବାଇର ୯୮ କିଲୋମିଟର ଉତ୍ତରରେ ସକାଳ ୬ଟା ୩୬ମିନିଟ୍ ରେ ୨.୭ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଥିଲା। ସେହି ଭଳି ସେପ୍ଟେମ୍ବର ୪ରେ, ସକାଳ ୧୦ଟା ୩୩ମିନିଟ‌ରେ, ମୁମ୍ବାଇର ୯୧କିଲୋମିଟର ଉତ୍ତରରେ ୨.୮ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଥିଲା।

Earthquake in Indonesia: 6.6-magnitude quake strikes off Indonesia | World  News - Times of India
Times of India

ସେହିଭଳି ସେପ୍ଟେମ୍ବର ୭ରେ ସକାଳ ପ୍ରାୟ ୮ଟାରେ ମୁମ୍ବାଇରେ ମୃଦୁ ଭୂମିକମ୍ପ ଅନୁଭୁତ ହୋଇଥିଲା। ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୩.୫ଥିବା ଜଣା ପଡ଼ିଥିଲା। ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି (ଏନସିଏସ) ଅନୁଯାୟୀ ମୁମ୍ବାଇର ୧୦୨କିଲୋମିଟର ଉତ୍ତରରେ ଏହି ଭୂକମ୍ପରେ କମ୍ପନ ଅନୁଭୂତ ହୋଇଥିଲା। ସୋମବାର ସକାଳେ ମୁମ୍ବାଇ ସହରରେ ହୋଇଥିବା ଭୂମିକମ୍ପ ଯୋଗୁଁ କାହାର ପ୍ରାଣହାନି କିମ୍ବା ଆହତ ହୋଇଥିବା ନେଇ ଖବର ମିଳିନଥିଲା। ତେବେ ମଧ୍ୟରେ ଅନେକ ଥର ମୃଦୁ ଭୂକମ୍ପ ହୋଇଥିବା ବେଳେ ମୁମ୍ବାଇବାସୀ ବଡ଼ ଧରଣର ଭୂକମ୍ପର ଆଶଙ୍କାରେ ଭୟଭୀତ ଅବସ୍ଥାରେ ଅଛନ୍ତି।

ସମ୍ବନ୍ଧିତ ଖବର