ପୁଲଗାଁଓ: ମହାରାଷ୍ଟ୍ରର ଓ୍ଵାର୍ଧା ଜିଲ୍ଲା ପୁଲଗାଓଁସ୍ଥିତ ସେନାର ଗୋଳାବାରୁଦ ଗୋଦାମରେ ଆଜି ସକାଳେ ଆକସ୍ମିକ ବିସ୍ଫୋରଣ ଘଟି ୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟୁନ ୧୮ ଜଣ ଆହତ ହୋଇଥିବା ପ୍ରାଥମିକ ସୂଚନାରୁ ଜଣାପଡ଼ିଛି। ଏକ ବୋମାକୁ ନିଷ୍କ୍ରିୟ କରାଯାଉଥିବା ସମୟରେ ଏହି ବିସ୍ଫୋରଣ ଘଟିଥିବା କୁହାଯାଇଛି।ଏଥିରେ ସେନାର ଗୋଳାବାରୁଦ ଡିପୋର ୨ ଜଣ ସୈନିକ ଥିବା ବେଳେ ଅନ୍ୟ ୪ ଜଣ ଶ୍ରମିକ ବୋଲି ଜଣାଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳ ପ୍ରାୟ ୭ଟା ବେଳେ ପୁଲଗାଓଁ ସ୍ଥିତ ସେନା ଗୋଳାବାରୁଦ ଗୋଦାମରେ କେତେକ ପୁରୁଣା ବୋମା ଓ ଅନ୍ୟ ଗୋଳବାରୁଦକୁ ନଷ୍ଟ କରିବା ପାଇଁ ଅନ୍ଲୋଡ ହେଉଥିବା ବେଳେ ଜଣେ ଶ୍ରମିକଙ୍କ ହାତରେୁ ଏହି ବୋମା ଖସିପଡ଼ିଥିଲା। ଫଳରେ ଏହି ବୋମାଟିରେ ହଠାତ ବିସ୍ଫୋଣର ଘଟିଥିଲା। ବିସ୍ଫୋରଣ ଶବ୍ଦ ଏତେ ତୀବ୍ର ଥିଲା ଯେ ଆଖପାଖ ଗାଁଗୁଡ଼ିକ ଥରି ଉଠିଥିଲା। ତେବେ ଏହି ସୂ ଚନା ଅନୁଯାୟୀ, ୬ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୧୮ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ଆହତମାନଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଜଣେ ସେନା ଅଧିକାରୀ ସୂଚନା ଦେଇ କହିଛନ୍ତି ଯେ ବିସ୍ଫୋରଣ ସକାଳ ୭ଟା ୧୦ରେ ଘଟିଛି।
ସୂଚନାଯୋଗ୍ୟ ଯେ ସମଗ୍ର ଦେଶରେ ପୁଲଗାଓ ଗୋଳାବାରୁଦ ଗୋଦାମ ଦ୍ୱିତୀୟ ବୃହତ୍ତମ ଗୋଦାମ। ଗତ ୨୦୧୬ ମସିହାରେ ଏହି ଗୋଳାବାରୁଦ ଗୋଦାମରେ ବିସ୍ଫୋରଣ ଘଟି ୧୬ ଜଣଙ୍କର ମୃତ୍ୟୁ ଘଟିଥିଲା