କ୍ୱାରାଣ୍ଟାଇନରେ ଥିବା ୪ ହଜାର ତବଲିଗି ଜମାତ ସଦସ୍ୟଙ୍କୁ ଛାଡ଼ି ଦିଆଯିବ : ଦିଲ୍ଲୀ ସରକାର

ନୂଆଦିଲ୍ଲୀ : କ୍ୱାରାଣ୍ଟାଇନରେ ଥିବା ତବଲିଗି ଜମାତର ପ୍ରାୟ ୪୦୦୦ ସଦସ୍ୟଙ୍କୁ ଖୁବଶୀଘ୍ର ଛାଡ଼ିଦିଆଯିବ । ସରକାରୀ ଗାଇଡଲାଇନ ଅନୁସାରେ ସେମାନେ ନିଜର କ୍ୱାରାଣ୍ଟାଇନ ସମୟ ପୂରଣ କରିଥିବାରୁ ସେମାନଙ୍କୁ ଛାଡ଼ିଦେବା ପାଇଁ ଦିଲ୍ଲୀ ସରକାର ନିଷ୍ପତ୍ତି ନେଇଛନ୍ତି । କିନ୍ତୁ ସମସ୍ତଙ୍କୁ ଛଡାଯିବ ନାହିଁ । ଯେଉଁମାନଙ୍କ ନାଁରେ ପୁଲିସ ମାମଲା ରୁଜ୍ଜୁ କରିଛି ସେମାନଙ୍କୁ ପୁଲିସ ହାତରେ ଦିଆଯିବ । ଅନ୍ୟମାନଙ୍କୁ ଘରକୁ ଫେରିବାକୁ ସୁଯୋଗ ଦିଆଯିବ । ଏ ସଂପର୍କରେ ଦିଲ୍ଲୀ ଗୃହମନ୍ତ୍ରୀ ସତ୍ୟେନ୍ଦ୍ର ନାଥ ଜୈନ ସୂଚନା ଦେଇଛନ୍ତି ।

ଗତ ମାର୍ଚ୍ଚ ଶେଷ ସପ୍ତାହରେ ଦିଲ୍ଲୀର ନିଜାମୁଦ୍ଦିନ ଅଞ୍ଚଳରେ ହୋଇଥିବା ତବଲିଗି ଜମାତ ଧାର୍ମିକ ସମାବେଶରେ ଭାରତର ବିଭିନ୍ନ ରାଜ୍ୟ ଓ ବିଦେଶରୁ ଲୋକମାନେ ଯୋଗ ଦେଇଥିଲେ । ଏହି ସମ୍ମିଳନୀ ରେ ଯୋଗଦେଇଥିବା ଲୋକମାନେ କରୋନା ସଂକ୍ରମିତ ଥିବା ଜଣାପଡ଼ିବା ପରେ ପ୍ରାୟ ୧୮ ହଜାର ଲୋକଙ୍କୁ କ୍ୱାରାଣ୍ଟାଇନରେ ରଖାଯାଇଥିଲା । ଏହା ମଧ୍ୟରୁ ଦିଲ୍ଲୀରେ ପ୍ରାୟ୪ ହଜାର ଲୋକଙ୍କୁ କ୍ୱାରାଣ୍ଟାଇନରେ ରଖାଯାଇଥିଲା ।
କରୋନା ସଂପର୍କିତ କଟକଣା ସତ୍ତ୍ବେ ବିନା ସରକାରୀ ଅନୁମତିରେ ଏହି ସମ୍ମିଳନୀ ହୋଇଥିବାରୁ ଦିଲ୍ଲୀର କ୍ରାଇମବ୍ରାଞ୍ଚ ପକ୍ଷରୁ ତବଲିଗି ଜମାତର ମୁଖ୍ୟ ମୌଲାନା ମହମ୍ମଦ ସାଦ ଖଣ୍ଡାଲବୀଙ୍କ ନାମାରେ ମାମଲା ରୁଜ୍ଜୁ କରାଯାଇଛି ।

ସମ୍ବନ୍ଧିତ ଖବର