ମଧ୍ୟପ୍ରଦେଶରେ କିଏ ଜିତିବ? କମଳ ନା କମଳନାଥ? କ’ଣ କହୁଛି ଏବିପି ନ୍ୟୁଜ୍-ସି ଭୋଟର ସର୍ଭେ ?

ନୂଆଦିଲ୍ଲୀ : ମଧ୍ୟପ୍ରଦେଶରେ ବିଧାନସଭା ନିର୍ବାଚନ ପାଇଁ ବହୁତ କମ୍ ସମୟ ବାକି ଅଛି । ଏଭଳି ସ୍ଥିତିରେ ବିଜେପି ଓ କଂଗ୍ରେସ ବିଜୟ ନେଇ ନିଜ ନିଜର ଦାବି କରୁଛନ୍ତି। ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ହୁଅନ୍ତୁ କିମ୍ବା ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥ, ଉଭୟ ଏଥର ମଧ୍ୟପ୍ରଦେଶରେ ସରକାର ଗଢ଼ିବାକୁ ଚେଷ୍ଟା କରୁଛନ୍ତି । ଏ ପରିପ୍ରେକ୍ଷୀରେ ଏବିପି ନ୍ୟୁଜ-ସିଭୋଟର ପକ୍ଷରୁ ଏକ ମତାମତ ସର୍ଭେ ପ୍ରକାଶ ପାଇଛି । ଏହି ସର୍ଭରେ ମୋଟ ୧୭ ହଜାର ଲୋକଙ୍କୁ ସାମିଲ କରାଯାଇ ସେମାନଙ୍କ ମତାମତ ନିଆଯାଇଥିଲା ।

ଏହି ସର୍ଭେ ଅନୁସାରେ ମଧ୍ୟପ୍ରଦେଶରେ ଏଥର ଝୁଲା ବିଧାନସଭା ହେବାର ସମ୍ଭାବନା ରହିଛି । ଉଭୟ ବିଜେପି ଓ କଂଗ୍ରେସର ଜିତିବା ସମ୍ଭାବନା ସମାନ ରହିଛି । କଂଗ୍ରେସ ୧୦୮ରୁ ୧୨୦ଟି ଆସନ ପାଇବାକୁ ଥିବାବେଳେ ବିଜେପି ୧୦୬ରୁ ୧୧୮ ଆସନ ପାଇବାର ସମ୍ଭାବନା ରହିଛି । ସେହିପରି ଉଭୟ ଦଳଙ୍କ ଭୋଟ ପ୍ରତିଶତ ସମାନ ରହିବ । ମଧ୍ୟପ୍ରଦେଶ ବିଧାନସଭାରେ ମୋଟ ୨୩୦ଟି ଆସନ ଥିବାବେଳେ ସରକାର ଗଢିବାକୁ ୧୧୬ଟି ଆସନ ଆବଶ୍ୟକ ।

ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ଭାବେ ୩୭ ପ୍ରତିଶତ ଶିବରାଜ ସିଂ ଚୌହାନଙ୍କୁ ସମର୍ଥନ କରୁଥିବାବେଳେ ୩୬ ପ୍ରତିଶତ କମଳନାଥଙ୍କୁ ପସନ୍ଦ କରୁଛନ୍ତି ।

୨୦୧୮ରେ ହୋଇଥିବା ମଧ୍ୟପ୍ରଦେଶ ନିର୍ବାଚନରେ କଂଗ୍ରେସ ୧୧୪ଟି ଓ ବିଜେପି ୧୦୯ଟି ଆସନ ଜିତିଥିଲେ । ନିର୍ବାଚନ ପରେ କଂଗ୍ରେସ ସରକାର ଗଢିଥିଲା । କିନ୍ତୁ ପରେ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ନେତୃତ୍ବରେ କେତେକ କଂଗ୍ରେସ ବିଧାୟକ ବିଜେପିକୁ ସମର୍ଥନ କରିବା ପରେ ବିଜେପି ସରକାର ଗଢିଥିଲା ।

ସମ୍ବନ୍ଧିତ ଖବର