ସାବାଳକମାନେ ନିଜ ଇଚ୍ଛାରେ ଧର୍ମ ଗ୍ରହଣ କରିପାରିବେ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ଧର୍ମାନ୍ତରଣ ଏବଂ ଗୁଣିଗାରେଡ଼ି ସଂକ୍ରାନ୍ତରେ ହୋଇଥିବା ଏକ ଆବେଦନକୁ ସୁପ୍ରିମକୋର୍ଟ ଶୁଣାଣି ପାଇଁ ଗ୍ରହଣ କରିନାହାନ୍ତି। କୋର୍ଟ ଏହି ମାମଲାରେ ଏକ ଗୁରୁତ୍ବପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି। କୋର୍ଟ କହିଛନ୍ତି, ୧୮ ବର୍ଷରୁ ଊର୍ଦ୍ଧ୍ବ ତଥା ସାବାଳକମାନେ ନିଜ ଇଚ୍ଛାରେ ଧର୍ମ ଗ୍ରହଣ କରିପାରିବେ। ୧୮ ବର୍ଷରୁ ଊର୍ଦ୍ଧ୍ବ ଜଣେ ବ୍ୟକ୍ତି ନିଜ ଧର୍ମ କାହିଁକି ନିଜେ ବାଛି ପାରିବନି ସେନେଇ କୌଣସି କାରଣ ନାହିଁ। ତେଣୁ ଜଣେ ସାବାଳକ ନିଜ ଇଚ୍ଛାରେ ଧର୍ମ ବାଛି ପାରିବେ। ଉଲ୍ଲେଖଯୋଗ୍ୟ, ଗୁଣି ଗାରେଡ଼ି ଏବଂ ଧର୍ମ ପରିବର୍ତ୍ତନକୁ ନିୟନ୍ତ୍ରଣ କରିବା‌ ଦିଗରେ ରାଜ୍ୟ ଏବଂ କେନ୍ଦ୍ର ସରକାର କିଛି କ‌ାର୍ଯ୍ୟପନ୍ଥା ଗ୍ରହଣ କରିବା ଦିଗରେ କୋର୍ଟ ନିର୍ଦ୍ଦେଶ ଦେବାନେଇ ଆବେଦନ ହୋଇଥିଲା।

ସମ୍ବନ୍ଧିତ ଖବର