ଟିକା ରପ୍ତାନୀ ନେଇ କଂଗ୍ରେସ-ବିଜେପି ବାକ୍‌ଯୁଦ୍ଧ

ନୂଆଦିଲ୍ଲୀ : ବିଦେଶ ରାଷ୍ଟ୍ରମାନଙ୍କୁ ଟିକା ରପ୍ତାନୀ ସଂକ୍ରାନ୍ତରେ କଂଗ୍ରେସ ନେତା ରାହୁଲ ଗାନ୍ଧି ଆଜି କେନ୍ଦ୍ର ସରକାରଙ୍କ ବିରୋଧରେ ବର୍ଷିଛନ୍ତି। ରାହୁଲ କହିଛନ୍ତି, କରୋନା ସମୟରେ ଟିକା ଅଭାବ ଏକ ଗୁରୁତର ସମସ୍ୟା ଏବଂ ଏହା ଏକ ଉତ୍ସବ ନୁ‌ହେଁ। ଏପ୍ରିଲ ୧୧ରୁ ୧୪ ମଧ୍ୟରେ ଦେଶରେ ଟିକା ଉତ୍ସବ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିବା ବେଳେ ରାହୁଲ ଏହାକୁ କଟାକ୍ଷ କରି ଏଭଳି ଟିପ୍ପଣୀ ରଖିଛନ୍ତି।

ଭାରତୀୟମାନଙ୍କ ଜୀବନକୁ ବିପଦରେ ପକାଇ ବିଦେଶକୁ ଟିକା ରପ୍ତାନି କରିବା କ’ଣ ଠିକ୍‌ ବୋଲି ରାହୁଲ ପ୍ରଶ୍ନ କରିଛନ୍ତି। ଅନ୍ୟପକ୍ଷେ ବିଜେପି ରାହୁଲଙ୍କ ଏହି ଟିପ୍ପଣୀ ବିରୋଧରେ କଡ଼ା ଜବାବ ଦେଇଛି। ବିଜେପି କହିଛି, ଭାରତ କରୋନା ମହାମାରୀ ସହ ଲଢ଼ୁଥିବା ବେଳେ କିଛି ରାଜନୈତିକ ଦଳ ଟିକାକୁ ନେଇ ରାଜନୀତି ଆରମ୍ଭ କରିଦେଇଛନ୍ତି। କଂଗ୍ରେସ ଦଳ ଅଯଥା ଭୟ ସୃଷ୍ଟି କରି ଲୋକଙ୍କୁ ବିଭ୍ରାନ୍ତ କରିବାକୁ ଚାହୁଛି ବୋଲି କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି।

ସମ୍ବନ୍ଧିତ ଖବର