କାଲାମଙ୍କ ନାଁରେ ଥିବା ବିଦ୍ୟାର୍ଥୀ ପୁରସ୍କାର ଯୋଜନାକୁ ନିଜ ପିତାଙ୍କ ନାମରେ କଲେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ ରେଡ୍ଡୀ, ତୀବ୍ର ବିରୋଧ ପରେ ନିର୍ଦ୍ଦେଶ ପ୍ରତ୍ୟାହାର

ହାଇଦ୍ରାବାଦ : ନିଜ ପିତାଙ୍କ ନାମ ପ୍ରଚାର କରିବା ମୋହରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ ପୂର୍ବତନ ରାଷ୍ଟ୍ରପତି ଏପିଜେ ଅବ୍ଦୁଲ କାଲାମଙ୍କୁ ମଧ୍ୟ ଭୁଲିଯାଇଥିବା ଅଭିଯୋଗ ହେଉଛି । କାଲାମଙ୍କ ନାଁରେ ଥିବା ଏକ ମେଧାବୀ ଛାତ୍ରଛାତ୍ରୀ ପୁରସ୍କାର ଯୋଜନା ଡଃ ଏପିଜେ ଅବ୍ଦୁଲ କାଲାମ ପ୍ରତିଭା ବିଦ୍ୟା ପୁରସ୍କାରକୁ ନିଜ ପିତା ଓ୍ଵାଇଏସ ରାଜଶେଖର ରେଡ୍ଡୀଙ୍କ ନାଁରେ କରିବାକୁ ଜଗନ ସୋମବାରଦିନ ନିର୍ଦ୍ଦେଶ ଜାରି କରିଥିଲେ ।

ଏହି ନିର୍ଦ୍ଦେଶ ଅନୁସାରେ ଏହି ଯୋଜନାର ନାଁ ଓ୍ଵାଇଏସଆର ପ୍ରତିଭା ବିଦ୍ୟା ପୁରସ୍କାର କରାଯାଇଥିଲା । କିନ୍ତୁ ଏହାକୁ ନେଇ ବିରୋଧୀ ଦଳ ଓ ସାଧାରଣ ଜନତା ତୀବ୍ର ବିରୋଧ କରିବା ପରେ ମଙ୍ଗଳବାରଦିନ ଏହି ନିର୍ଦ୍ଦେଶକୁ ପ୍ରତ୍ୟାହାର କରିନିଆଯାଇଛି ।
ସରକାରଙ୍କ ଏହି ନାଁ ବଦଳ ନିଷ୍ପତ୍ତିକୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଓ ବିଜେପି ପକ୍ଷରୁ ତୀବ୍ର ବିରୋଧ କରାଯାଇଥିଲା । ସୂଚନାଯୋଗ୍ୟ ଯେ ୧୦ ଶ୍ରେଣୀରେ ଭଲ ପ୍ରଦର୍ଶନ କରିଥିବା ମେଧାବୀ ଛାତ୍ରଛାତ୍ରୀଙ୍କୁ ଏହି ଯୋଜନା ଅନୁସାରେ ଆର୍ଥକ ପୁରସ୍କାର ଦିଆଯାଇଥାଏ । ଆସନ୍ତା ୧୧ ତାରିଖ, କାଲାମଙ୍କ ଜୟନ୍ତୀରେ ଏହି ପୁରସ୍କାର ପ୍ରଦାନ କରାଯିବ ।

ସମ୍ବନ୍ଧିତ ଖବର