ହରିଆଣାରେ ବିଜେପିକୁ ପୁଣି କ୍ଷମତାସୀନ କରାଇଥିବା ଥିବା ନେତା ହେଉଛନ୍ତି ଅନୁରାଗ ଠାକୁର

ଚଣ୍ଡିଗଡ଼: ହରିଆଣାରେ ବିଜେପି ଓ ଜେଜେପି ମେଣ୍ଟ ସରକାର ଗଢ଼ିବାର ୪୮ ଘଣ୍ଟା ମଧ୍ୟରେ ଗତକାଲି ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ମନୋହର ଲାଲ ଖଟ୍ଟର। ହରିଆଣାର ରାଜ୍ୟପାଳ ସତ୍ୟଦେବ ନାରାୟଣ ଆର୍ଯ୍ୟଙ୍କ ଉପସ୍ଥିତରେ ଶପଥ ଗ୍ରହଣ କରିଛନ୍ତି ଖଟ୍ଟର। ତେବେ, ଏହି ଶପଥ ପାଠ ଉତ୍ସବରେ ଜେଜେପି ଦଳର ଦୁଷ୍ୟନ୍ତ ଚୌତାଲା ଉପ-ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି।

image source-ANI

ହେଲେ ଆପଣ କ’ଣ ଜାଣନ୍ତି କି ଏହି ଭାରତୀୟ ଜନତା ପାର୍ଟି (ବିଜେପି) ଓ ଜନନାୟକ ଜନତା ପାର୍ଟି (ଜେଜେପି) ମେଣ୍ଟ ଗଠନରେ ସବୁଠାରୁ ବଡ଼ ଭୂମିକା କାହାର? ସେ ହେଉଛନ୍ତି କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର ।ଏବେ ଜାଣନ୍ତୁ ପୁରା ଘଟଣା ସଂପର୍କରେ। ଅନୁରାଗ ଏବଂ ଦୁଷ୍ୟନ୍ତ ଚୌତାଲା ଦୁହେଁ ପଡୋଶୀ ଏବଂ ଭଲ ବନ୍ଧୁ ବୋଲି କୁହାଯାଉଛି। ହରିୟାଣାରେ ସଙ୍କଟ ଦୂର କରିବାଲାଗି ନିଜେ
ଅନୁରାଗ ପ୍ରଥମେ ଦୁଷ୍ୟନ୍ତଙ୍କ ୧୮ ଜନପଥସ୍ଥିତ ବାସଭବନରେ ପହଞ୍ଚିଥିଲେ।ସେଠାରେ ଦୁହିଁଙ୍କ ଭିତରେ କିଛି ମିନିଟର କଥାବାର୍ତ୍ତାପରେ ଦୁଷ୍ୟନ୍ତ ଅନୁରାଗଙ୍କୁ ନେଇ ନିଜ କାରରେ …ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ଘରେ ପହଞ୍ଚିଥିଲେ।ଏହାର କିଛି ସମୟପରେ ବିଜେପି-ଜେଜେପି ମେଣ୍ଟ ଘୋଷଣା ହୋଇଥିଲା।

ସମ୍ବନ୍ଧିତ ଖବର