ସୁପ୍ରିମ୍‌କୋର୍ଟଙ୍କୁ ଆଶ୍ବସ୍ତ କଲେ ସରକାର: ଖୁବ୍‌ଶୀଘ୍ର ୫ ନୂଆ ବିଚାରପତି ନିଯୁକ୍ତି

ନୂଆଦିଲ୍ଲୀ : କ‌ଲେଜିୟମ ସୁପାରିସ ଆଧାରରେ ଖୁବ୍‌ଶୀଘ୍ର ୫ ଜଣ ନୂଆ ବିଚାରପତି ନିଯୁକ୍ତ ହେବେ। ୩ ହାଇକୋର୍ଟ ବିଚାରପତି ଏବଂ ୨ ଜଣ ବିଚାରପତିଙ୍କର ସୁପ୍ରିମକୋର୍ଟକୁ ପଦୋନ୍ନତି ପାଇଁ କଲେଜିୟମ ଗତ ଡିସେମ୍ବରରେ ସୁପାରିସ କରିଥିଲେ। କେନ୍ଦ୍ର ସରକାର ଏହି ସୁପାରିସକୁ ଅନୁମୋଦନ କରିସାରିଥିବାରୁ ଖୁବ୍‌ ଶୀଘ୍ର ସୁପ୍ରିମକୋର୍ଟରେ ୫ ଜଣ ନୂଆ ବିଚାରପତି ନିଯୁକ୍ତ ହେବେ ବୋଲି ଆଜି କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ ଆଶ୍ବସ୍ତ କରିଛନ୍ତି।

ସୁପ୍ରିମକୋର୍ଟରେ ୫ ଜଣ ନୂଆ ବିଚାରପତି ଶପଥ ‌ନେବାପରେ ସୁପ୍ରିମକୋର୍ଟରେ ବିଚାରପତିଙ୍କ ସଂଖ୍ୟା ୩୨କୁ ବୃଦ୍ଧି ପାଇବ। ପ୍ରଧାନ ବିଚାରପତିଙ୍କୁ ମିଶାଇ ସୁପ୍ରିମକୋର୍ଟରେ ମୋଟ୍‌ ବିଚାରପତି ସଂଖ୍ୟା ୩୪। କିନ୍ତୁ ବର୍ତ୍ତମାନ ସୁପ୍ରିମକୋର୍ଟରେ ୨୭ ଜଣ ବିଚାରପତି କାର୍ଯ୍ୟରତ। ବିଚାରପତି ନିଯୁକ୍ତି‌ରେ ବିଳମ୍ବ ସଂକ୍ରାନ୍ତରେ କୋର୍ଟ ଆଜି ଏକ ଆବେଦନ ଉପରେ ଶୁଣାଣି କରିଥି‌ଲେ। ନିଯୁକ୍ତି ପ୍ରକ୍ରିୟାରେ କେନ୍ଦ୍ର ସରକାରଙ୍କ ଦ୍ବାରା ଅହେତୁକ ବିଳମ୍ବ ପ୍ରଦର୍ଶନ ହେଉଥିବାରୁ କୋର୍ଟ ବିରକ୍ତି ପ୍ରକାଶ କରିଥିଲେ ଏବଂ ଆମକୁ କଠୋର ପଦକ୍ଷେପ ନେବାକୁ ବାଧ୍ୟ କରନ୍ତୁ ନାହିଁ ବୋଲି କହିଥିଲେ। କେନ୍ଦ୍ର ସରକାରଙ୍କ ପକ୍ଷରୁ ଏଟର୍ଣ୍ଣି ଜେନେରାଲ ଆର ଭେଙ୍କଟରମଣୀ ଏହାର ଜବାବ ରଖି କହିଥିଲେ ଯେ ସୁପ୍ରିମ୍‌କୋର୍ଟରେ ୫ ନୂଆ ବିଚାରପତି ନିଯୁକ୍ତ ‌ପ୍ରକ୍ରିୟା ରବିବାର ସୁଦ୍ଧା ଶେଷ ହେବ ଏବଂ ଏଥିପାଇଁ ସମସ୍ତ ପ୍ରସ୍ତୁତି ହୋଇସାରିଛି।

ସମ୍ବନ୍ଧିତ ଖବର