ଜାତୀୟ ସ୍ତରରେ ମାମଲା ଦ୍ବିଗୁଣା ହେବାକୁ ୨୧ ଦିନ, ଦିଲ୍ଲୀରେ ୫୦ ଦିନ

ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ଦିଲ୍ଲୀରେ କରୋନା ସ୍ଥିତି ବେଶ୍‌ ସୁଧୁରି ଯାଇଛି। ଦିଲ୍ଲୀ ସ୍ବାସ୍ଥ୍ୟ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ କହିଛନ୍ତି, ଜାତୀୟସ୍ତରରେ କୋଭିଡ୍‌ ମାମଲା ଦ୍ବିଗୁଣା ହେବାପାଇଁ ୨୧ ଦିନ ଲାଗୁଥିବା ବେଳେ ଦିଲ୍ଲୀରେ ମାମଲା ଦ୍ବିଗୁଣା ହେବାକୁ ୫୦ ଦିନ ଲାଗୁଛି। ଦିଲ୍ଲୀ ଶୁକ୍ରବାର ୧୧୯୫ ନୂଆ ମାମଲା ଚିହ୍ନଟ କରିଛି। ଅନ୍ୟପକ୍ଷେ ଦିଲ୍ଲୀରେ ମୋଟ୍‌ ସଂକ୍ରମଣ ୧ ଲକ୍ଷ ୩୫ ହଜାର ପହଞ୍ଚିଛି। ତେବେ ଦିଲ୍ଲୀରେ ସକ୍ରିୟ ମାମଲା ୧୦ ହଜାର ୭୦୫ ରହିଛି।

ଦେଶରେ ସର୍ବାଧିକ ସକ୍ରିୟ ମାମଲା ଥିବା ରାଜ୍ୟ ତାଲିକାରେ ଦିଲ୍ଲୀ ଦ୍ବାଦଶ ସ୍ଥାନରେ ରହିଛି। ପୂର୍ବରୁ ଦିଲ୍ଲୀ ଦ୍ବିତୀୟ ସ୍ଥାନରେ ଥିଲା। ଆଜିଠୁ ଦିଲ୍ଲୀରେ ଦ୍ବିତୀୟ ପର୍ଯ୍ୟାୟ ସେରୋ ସର୍ଭେ ଆରମ୍ଭ ହୋଇଛି। ଗତ ସର୍ଭେରୁ ଦିଲ୍ଲୀରେ ୨୪ ପ୍ରତିଶତ ଲୋକ ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା। ସତ୍ୟେନ୍ଦ୍ର ଜୈନ କହିଛନ୍ତି, ସେରୋ ସର୍ଭେ ହେଉଛି ଏକ ବୈଷୟିକ ପ୍ରକ୍ରିୟା। କିନ୍ତୁ ରାଜ୍ୟବ୍ୟାପୀ ଏହାକୁ କ‌ାର୍ଯ୍ୟକ୍ଷମ କରାଯିବ। ପ୍ରତି ମାସରେ ଦିଲ୍ଲୀରେ ସେରୋ ସର୍ଭେ ହେବ ବୋଲି ଜୈନ କହିଛନ୍ତି। ଦିଲ୍ଲୀରେ ୪୯୬ଟି କଣ୍ଟେନ୍‌ମେଣ୍ଟ୍‌ ଜୋନ୍‌ ରହିଛି।

ସମ୍ବନ୍ଧିତ ଖବର