ଭାରତ ୧୧ ନିୟୁତ, ଆମେରିକା ୬୦ ନିୟୁତ କୋଭିଡ୍‌ ‌ଟେଷ୍ଟ୍‌ କରିଛି: ଟ୍ରମ୍ପ୍‌

ୱାସିଂଟନ୍‌: କରୋନା ମହାମାରୀ ବିରୋଧରେ ଆମେରିକା ଯେଭଳି ଲଢ଼େଇ ଜାରି ରଖିଛି ସେଥିପାଇଁ ଟ୍ରମ୍ପ୍‌ ପ୍ରଶାସନକୁ କଡ଼ା ସମାଲୋଚନାର ଶିକାର ହେବାକୁ ପଡ଼ିଛି। ସଠିକ୍‌ ପଦକ୍ଷେପ ‌ନ ନେବାରୁ ଆମେରିକାରେ ସଂକ୍ରମଣ ବଢ଼ିଗଲା। ଏନେଇ ଆମେରିକାର ବିରୋଧୀ ଦଳ ନେତା ଏବଂ ବରିଷ୍ଠ ବୈଜ୍ଞାନିକ ଗଣ ମଧ୍ୟ ଟ୍ରମ୍ପ୍‌ଙ୍କୁ ଦାୟୀ କରିଛନ୍ତି। କିନ୍ତୁ ଟ୍ରମ୍ପ୍‌ ପ୍ରଶାସନ ଏହି ସମାାଲୋଚନାରୁ ବର୍ତ୍ତିବାପାଇଁ ଭାରତ ସହ ଆମେରିକାକୁ ତୁଳନା କରିଛନ୍ତି।

ଟ୍ରମ୍ପ୍‌ କହିଛନ୍ତି, ଟେଷ୍ଟିଂ କ୍ଷେତ୍ରରେ ଆମେରିକା ବିଶ୍ବରେ ସବୁଠୁ ଆଗରେ। ଆମେରିକା ଏଯାବତ୍‌ ୬୦ ନିୟୁତ କୋଭିଡ୍‌ ଟେଷ୍ଟ୍‌ କରିଛି। ତାହା ଅନ୍ୟ ଦେଶ ତୁଳନାରେ ୬ ଗୁଣା ଅଧିକ। କିନ୍ତୁ ଭାରତ ମାତ୍ର ୧୧ ନିୟୁତ କୋଭିଡ୍‌ ଟେଷ୍ଟ୍‌ କରିଛି ବୋଲି ସେ କହିଛନ୍ତି। ହ୍ବାଇଟ୍‌ ହାଉସ୍‌ ପକ୍ଷରୁ ଏକ ବିବୃତି ଜାରି କରି କୁହାଯାଇଛି ଯେ, ଆମେରିକା ଏବେ ଦୈନିକ ହାରାହାରି ୮ ଲକ୍ଷ ୧୦ ହଜାର କୋଭିଡ୍‌‌ ଟେଷ୍ଟ୍‌ କରୁଛି। ତେବେ ଜୁଲାଇରେ ଦୈନିକ ୯ ଲକ୍ଷ ୩୦ ହଜାରରୁ ଅଧିକ କୋଭିଡ୍‌ ଟେଷ୍ଟ୍‌ କରାଯାଇଛି। ଆମେରିକା ତୁଳନାରେ ଭାରତରେ ଜନସଂଖ୍ୟା ୪ ଗୁଣା ଅଧିକ।

ସମ୍ବନ୍ଧିତ ଖବର