ମୋ ଆଖିରେ ଲୁହ ଆସିଗଲା: ଆତିଶି

ନୂଆଦିଲ୍ଲୀ: ଏକ୍ସାଇଜ୍ ପଲିସି ଦୁର୍ନୀତି ମାମଲାରେ ଗିରଫ ହେବା ପରେ ଜେଲରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଜେଲରୁ ସରକାର ଚଳାଉଛନ୍ତି। ରବିବାର ସକାଳେ ସେ ଜେଲରୁ ପ୍ରଥମ ଆଦେଶ ଦେଇଛନ୍ତି। ସେ ଜଳ ମନ୍ତ୍ରୀ ଆତିଶି ମାର୍ଲେନାଙ୍କୁ ଏକ ନୋଟ ମାଧ୍ୟମରେ ଏହି ନିର୍ଦ୍ଦେଶ ଦେଇଥିଲେ । ତେବେ ଏନେଇ କହିବା ବେଳେ ବେଶ ଭାବପ୍ରବଣ ହୋଇପଡିଥିଲେ | ସେ କହିଛନ୍ତି ଯେ ଅରବିନ୍ଦ କେଜ୍ରିୱାଲଙ୍କ ପ୍ରଥମ ଆଦେଶ ପଢିବା ପରେ ତାଙ୍କ ଆଖିରେ ଲୁହ ଆସିଯାଇଥିଲା । ଆପ ନେତ୍ରୀ ଆତିଶି କହିଛନ୍ତି ଯେ ଇଡିଙ୍କ ହେପାଜତରେ ଥିଲେ ବି ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ଜଳ ଅଭାବର ସମ୍ମୁଖୀନ ହେଉଥିବା ଅଞ୍ଚଳରେ ପର୍ଯ୍ୟାପ୍ତ ଜଳ ଟ୍ୟାଙ୍କର ଯୋଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି।

ସ୍ୱେରେଜ୍ ସମସ୍ୟାର ସମାଧାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଆତିଶି କହିଛନ୍ତି, “ଅରବିନ୍ଦ କେଜ୍ରିୱାଲଙ୍କ ନିର୍ଦ୍ଦେଶନାମା ପଢିବା ପରେ ମୋ ଆଖିରେ ଲୁହ ଆସିଯାଇଥିଲା | ମୁଁ ପ୍ରଶ୍ନ କରୁଛି ଯେ ଇଏ କେମିତିକା ବ୍ୟକ୍ତି ଯିଏ ଜେଲରେ ଥାଇ ମଧ୍ୟ ଜଳ ଏବଂ ସ୍ୱେରେଜ୍ ସମସ୍ୟା ଦିଗରେ କାର୍ଯ୍ୟ କରୁଛନ୍ତି | କେବଳ ଅରବିନ୍ଦ କେଜ୍ରିୱାଲ ଏହା କରିପାରିବେ, କାରଣ ସେ ନିଜକୁ ଦିଲ୍ଲୀର ୨ କୋଟି ଲୋକଙ୍କ ପରିବାରର ସଦସ୍ୟ ବୋଲି ଭାବନ୍ତି। ” ସେ କହିଛନ୍ତି ମୁଁ ବିଜେପିକୁ କହିବାକୁ ଚାହୁଁଛି ଯେ ଆପଣ ଅରବିନ୍ଦ କେଜ୍ରିୱାଲଙ୍କୁ ଗିରଫ କରିପାରିବେ। ଆପଣ ତାଙ୍କୁ ଜେଲରେ ରଖିପାରିବେ, କିନ୍ତୁ ଆପଣ ଦିଲ୍ଲୀର ଲୋକଙ୍କ ପ୍ରତି ତାଙ୍କର ପ୍ରେମ ଏବଂ କର୍ତ୍ତବ୍ୟ ଭାବନାକୁ ବନ୍ଦୀ କରିପାରିବେ ନାହିଁ |

ସମ୍ବନ୍ଧିତ ଖବର